ସଜେଇ ହେବେ ମା', ନିଜ ହାତରୁ ଟଙ୍କା ଦେଇ ଗହଣା ମୁକୁଳାଇ ଆଣିଲେ ମୁସଲମାନ ଯୁବକ

କଟକ: ମା' ଆଗରେ ସବୁ ଭକ୍ତ ସମାନ । ସେ ଭକ୍ତି ଆଗରେ ତୁଛ ସବୁ ଜାତି ଧର୍ମ । ଏମିତି କି ଭକ୍ତର ଆବେଗ ଆଗରେ ହାର୍ ମାନିଛି ଧର୍ମ ସମ୍ପ୍ରଦାୟ । ଏମିତି ଏକ ନିଦର୍ଶନ ଦେଖିବାକୁ ମିଳିଛି ଭାଇଚାରାରା ସହର କଟକରେ । ଯାହା ପରେ ସମସ୍ତଙ୍କ ମୁହଁରେ ଗୋଟେ କଥା... ଭାଇଚାରା ଆଉ କଣ କି....

maa durga

ମା' ଦୁର୍ଗାଙ୍କ ଧରାବତଣ ନେଇ ସଜେଇ ହେଉଛି ମଣ୍ଡପ । ଗଢା ଚାଲିଛି ମାଙ୍କ ମୃଣ୍ମୟୀ ମୂର୍ତ୍ତି । ମା ଆସିବେ । ଭକ୍ତ ମାନଙ୍କୁ ଆଶିଷ ଦେବେ । ହେଲେ ମା ଗହଣା ପିନ୍ଧିବେନି, ସଜେଇ ହେବେନି... ଏ କେମିତି ହେବ । ସେଇଥି ପାଇଁ ତ ମା'ଙ୍କ ବନ୍ଧା ପଡ଼ିଥିବା ଗହଣା ସବୁକୁ ମୁକୁଳେଇ ଆଣିବାକୁ ନିଜ ପକେଟ୍ ରୁ ଟଙ୍କା ଜେଲେ ଜଣେ ମୁସଲମାନ ଭକ୍ତ । ଏମିତି ଏକ ପରିସ୍ଥିତି ଉପୁଜିଥିଲା କଟକ ସୂତାହାଟ ପୂଜା ମଣ୍ଡପରେ । ଜଣେ ମୁସଲିମ୍ ଯୁବକ 48 ହଜାର ଟଙ୍କା ଦେଇ ମା'ଙ୍କ ଗହଣା ମୁକୁଳାଇଛନ୍ତି ।

ସୂଚନା ଅନୁସାରେ ଜଣେ କଟକ ସୁତାହାଟ ପୂଜା ମଣ୍ଡପର ପୂର୍ବତନ କର୍ମକର୍ତା ପୂର୍ବବର୍ଷ ନିଜ ପକେଟରୁ ଖର୍ଚ୍ଚ କରିଥିବା ଟଙ୍କା ବଦଳରେ ମା'ଙ୍କ ଗହଣା ଅଟକାଇ ରଖିଥିଲେ । 48 ହଜାର ଟଙ୍କା ଦେଲେ ଗହଣା ଦେବେ ବୋଲି ଦାବି କହିଥିଲେ । କିନ୍ତୁ ଏତେ କମ୍ ଦିନ ଭିତରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବପର ନଥିଲା । ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ସାହିବସ୍ତିର ଲୋକ । ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିବା ବେଳେ ଆଗେଇ ଆସିଥିଲେ ଜଣେ ମୁସଲିମ୍ ବ୍ୟକ୍ତି । ନିଜ ପକେଟରୁ 48 ହଜାର ଟଙ୍କା ଦେଇଥିଲେ । ସର୍ତ୍ତ ରଖିଥିବା ପୂର୍ବତନ କର୍ମକର୍ତାଙ୍କୁ ସେହି ଟଙ୍କା ଦେଇ ମା'ଙ୍କ ଗହଣା ମୁକୁଳା ଯାଇଥିଲେ । ଏହି ଗହଣାର ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ଥିବା ବେଳେ ଏଥିରେ ରହିଛି ଚାନ୍ଦି ମୁକୁଟ, ସାଜସଜା ସମେତ ମା' ସୁନା ଅଳଙ୍କାର ।

ଏବେ ପୂଜାରେ ମା' ଗହଣା ପିନ୍ଧି ବସିବେ । ସବୁ ଭକ୍ତଙ୍କ ମନରେ ଖୁସି । ସମସ୍ତଙ୍କ ମୁହଁରେ ଗୋଟେ କଥା ମାର ଭକ୍ତି ଆଗରେ ସବୁ ତୁଚ୍ଛ । ଭାଇଚାରା ଆଉ କଣ କି...

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+