Get Updates
Get notified of breaking news, exclusive insights, and must-see stories!

କରମଣ୍ଡଳ ଦୁର୍ଘଟଣା ପୀଡ଼ିତଙ୍କୁ ସହାୟତାର ହାତ ବଢାଇଲେ ଅମ୍ବାନୀ

mukesh ambani

ନୂଆଦିଲ୍ଲୀ : ବାଲେଶ୍ୱର ବାହାନଗାରେ କରମଣ୍ଡଳ ଦୁର୍ଘଟଣା ପରେ ସାରା ଦେଶରୁ ମିଳିଛି ସମବେଦନା । ଅନେକ ଆଡ଼ୁ ଛୁଟୁଛି ସହାତାର ସୁଅ । ଏହି ସମୟରେ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ 6 ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗଇ ଦେବ ରିଲାଏନ୍ସ ଗ୍ରୁପ୍ । ଏଥିସହିତ ରିଲାଏନ୍ସ ଷ୍ଟୋର ଜରିଆରେ ଅଟା, ଚିନି, ଡାଲି, ଚାଉଳ, ଲୁଣ ଓ ଖାଦ୍ୟ ପ୍ରସ୍ତୁତ ପାଇଁ ତେଲ ସମେତ ଅନେକ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ ।

କେବଳ ଏତିକି ନୁହେଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆହତଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ସହିତ ଔଷଧ ବି ପ୍ରଦାନ କରାଯିବ । ଫାଉଣ୍ଡେସନ ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ ଜରିଆରେ ଚାକିରି ସୁବିଧା ଦେବ ।

ଯେଉଁ ପୀଡ଼ିତ ନିଜ ଶରୀରର ଅଙ୍ଗ ହରାଇଛନ୍ତି ତାଙ୍କୁ ହୁଇଲ ଚେୟାର ଓ କୃତିମ ଅଙ୍ଗ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଦୁର୍ଘଟଣାରେ ଶିକାର ହୋଇଥିବା ପୀଡିତ ମହିଳାଙ୍କର ବିଶେଷ ଧ୍ୟାନ ରଖାଯିବ ।

ସେମାନଙ୍କୁ ମାଇକ୍ରୋଫାଇନେନ୍ସ ଓ ପ୍ରଶିକ୍ଷଣ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି । ଏହା ବ୍ୟତୀତ ଦୁର୍ଘଟଣାରେ ଶିକାର ହୋଇଥିବା ଗରିବ ଲୋକଙ୍କୁ ସେମାନଙ୍କ ଜୀବିକା ନିର୍ବାହ କରିବା ପାଇଁ ଗାଇ, ମଇଁଷି, ଛେଳି ଓ କୁକୁଡା ଦିଆଯିବ ସହିତ ମାଗଣାରେ ମୋବାଇଲ କନେକ୍ଟଟିଭିଟି ଯୋଗାଇ ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+