ଅଳ୍ପକେ ବର୍ତ୍ତିଲେ ନବରଙ୍ଗପୁର ସାସଂଦ, ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ନବରଙ୍ଗପୁର: ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।

ସାଂସଦ ଶ୍ରୀ ମାଝୀ ଗତକାଲି ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ଘରକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଶ୍ରୀ ମାଝିଙ୍କ କାର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଖାଲ ଭିତରକୁ ଖସିପଡିଥିଲା । ଗାଡିର ଆଗ ଭାଗଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାଂସଦ, ତାଙ୍କ ଡ୍ରାଇଭର ଓ ପିଏସ୍ଓ ଆହତ ହୋଇଛନ୍ତି ।
ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି । ତେବେ ସେ ସୁସ୍ଥ ଥିବା କହିଛନ୍ତି ଶ୍ରୀ ମାଝୀ । ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝୀ ।












Click it and Unblock the Notifications