Get Updates
Get notified of breaking news, exclusive insights, and must-see stories!

ଖଣ୍ଡଗିରି-ଉଦୟଗିରି କୁ ବିଶ୍ୱ ଐତିହ୍ୟ ମାନ୍ୟତା ଦାବି କରି ଚିଠି ଲେଖିଲେ ସାଂସଦ

aparajita sarangi

ଭୁବନେଶ୍ୱର: ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦେବାକୁ ଦାବି ହୋଇଛି । ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ।

ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି । ଏହାର ରକ୍ଷଣାବେକ୍ଷଣ କରୁଛି ASI । ଖଣ୍ଡଗିରି ଓଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି । ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି । ଏହି ଦୁଇ ପାହାଡକୁ ବିଶ୍ୱ ଐତିହ୍ୟ ତାଲିକାରେ ସଂରକ୍ଷିତ କରାଗଲେ ଏହାର ରକ୍ଷଣାବେକ୍ଷଣ ଏବଂ ବିକାଶ ହୋଇପାରିବ ।

ଏହି ପାହାଡରେ ପଥର କଟା ଯାଇ ହୋଇଥିବା ଗୁମ୍ଫାରେ ଅନେକ ଜୈନ ସ୍ମାରକୀ ରହିଛି । ପ୍ରଥମ ଖ୍ରୀଷ୍ଟାବ୍ଦର ରାଜା ଖାରବେଳଙ୍କ ସମୟରେ ଏଥିରେ ପ୍ରାକୃତ ଭାଷାର ବ୍ରାହ୍ମୀ ଲିପିରେ ଅନେକ ଶିଳାଲିପି ରହିଛି । ଏହି ଗୁମ୍ଫାର ପଥରରେ ଅନେକ ଶିଳାଲିପି ରହିଛି ଯେଉଁଥିରେ ସେ ସମୟର ଅନେକ କାହାଣୀ କହୁଛି । ତେଣୁ ଏହା ବିଶ୍ୱ ଐତିହ୍ୟ ମାନ୍ୟତା ପାଇବାର ସବୁ ଯୋଗ୍ୟତା ରହିଛି ବୋଲି ଦାବି କରିଛନ୍ତି ସାସଂଦ ଅପରାଜିତା ଷଡ଼ଙ୍ଗୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+