ଆଜି ଠାରୁ ସକାଳୁଆ ସ୍କୁଲ ଏବଂ ଅଙ୍ଗନୱାଡ଼ି, ଗ୍ରୀଷ୍ମ ପ୍ରବାହ ପାଇଁ ଦିନ 11 ଟା ଯାଏଁ ହେବ ପାଠପଢା
Morning School: ଆଜି ଠାରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସନସ୍ତ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ପରେ ବିଦ୍ୟାଳୟ ଗୁଡ଼ିକରେ ସକାଳ 7 ଟା ରୁ ପୂର୍ବାହ୍ନ 11 ପର୍ଯ୍ୟନ୍ତ ପାଠପଢା ହେବ । ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ସ୍କୁଲ ଏବଂ ଘରୋଇ ସ୍କୁଲ ପାଇଁ ଏହି ନିୟମ ଜାରି ହୋଇଛି ।

ଏହି ସମୟରେ ସ୍କୁଲରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗର ସ୍ଥିତି ନେଇ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି ।
ସେହିପରି ଅଙ୍ଗନବାଡ଼ି ମଧ୍ୟ ସକାଳୁଆ କରାଯାଇଛି । ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ସକାଳୁଆ ଚାଲିବା ନିଷ୍ପତ୍ତି ନେଇଛି ମହିଳା ଶିଶୁ ବିକାଶ ବିଭାଗ । ସକାଳ 7ଟାରୁ 11 ଟା 30 ଯାଏଁ ଚାଲିବ ଅଙ୍ଗନବାଡ଼ି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆରଏସ୍ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏହାବ୍ୟତୀତ ରାଜ୍ୟ ସରକାର ଜିଲ୍ଲାଗୁଡ଼ିକ ପାଇଁ ଆଡଭାଇଜରୀ ଜାରି କରିବା ସହ ଗରମ ଓ ଆର୍ଦ୍ରତା ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ବିଭିନ୍ନ କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ତେବେ ଆଜିଠାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ଏବେ ସ୍କୁଲ ଗୁଡିକରେ ବିଭିନ୍ନ ଶ୍ରେଣୀରେ ନାମ ଲେଖାଇପାରିବେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications