ଖରାରୁ ତ୍ରାହି ଦେବ ମୌସୁମୀ, 2-3 ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ତତଲା ଖରାରୁ ମିଳିବ ଆଶ୍ୱସ୍ତି । ମୌସୁମୀ ବର୍ଷା ଓଡ଼ିଶା ଛୁଇଁବା ପରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ତେବେ ଆସନ୍ତା 2 ରୁ 3 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ । ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର କରିବା ପାଇଁ ପାଗ ଅନୁକୂଳ ରହିଛି । 20 ତାରିଖରୁ ପାଗରେ ପରିବର୍ତ୍ତନ ହେବ । 21 ରୁ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ ୱେଭ କମିଛି । ତେବେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହିଟ ୱେଭ ଜାରି ରହିଛି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅଗ୍ରସର ପାଇଁ ପାଗ ଅନୁକୂଳ!!! pic.twitter.com/ncEh1Yq4IK
— Meteorological Centre, Bhubaneswar (@mcbbsr) June 19, 2023
ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଉଛି । 22 ତାରିଖରୁ ବର୍ଷାର ପରିମାଣ ବଢି ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ । କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ ଓ୍ୱାଣ୍ଣିଂ ଜାରି ହୋଇଛି ।












Click it and Unblock the Notifications