ତାତି ରୁ ମିଳିବ ତ୍ରାହି, 18-21 ଜୁନ୍ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ
ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଖରାରେ ଛଟପଟ ହେଉଛି ଓଡ଼ିଶା । ମୌସୁମୀ ଆଗମନକୁ ରହିଛି ଅପେକ୍ଷା । ମୌସୁମୀ ଆସିଲେ ପାଗ ଅନୁକୂଳ ହେବା ସହ ତାତି ରୁ ତ୍ରାହି ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ । ଏହି ସମୟରେ ମୌସୁମୀକୁ ନେଇ ଆସିଛି ବଡ଼ ଅପଡେଟ୍ ।
ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେବ ପାଗ । 18-21 ଜୁନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ -ଅନୁକୂଳ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

କିନ୍ତୁ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଏନେଇ ମିଳିବ ସ୍ପଷ୍ଟ ସୂଚନା । ମୌସୁମୀ ପ୍ରଭାବରେ 18 ରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ଏହା ପରେ ତତଲା ଖରାରୁ ମିଳିବ ଆଶ୍ୱସ୍ତି ।
କିନ୍ତୁ ଅହା ପୂର୍ବରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରଚଣ୍ଡ ତାତି । ଏ ନେଇ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications