Monsoon Session: ଆଜି ବି ସରଗରମ ରହିପାରେ ଗୃହ, ବିରୋଧୀ ଉଠାଇ ପାରନ୍ତି 5 ଟ ସଚିବ ପ୍ରସଙ୍ଗ
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିବସ । ଆଜି ବି ସରଗରମ ରହିପାରେ ଗୃହ । ବିରୋଧୀ ନିଜ ଜିଦ୍ ରେ ଅଟଳ ଅଛନ୍ତି । ଗତକାଲି ଭଳି ଆଜି ବି 5 ଟି ସଚିବ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ ।

ଏହା ସହ ପ୍ରଶ୍ନକାଳରେ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି ।
ଗତକାଲି ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ସ୍ୱାଭାବିକ ବାବେ ଗୃହ ଚାଲି ପାରିନଥିଲା । 5 ଟି ସଚିବ ପ୍ରସଙ୍ଗ ଉଠାଇ ବିରୋଧୀମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଫଳରେ ପ୍ରଶ୍ନକାଳ ହୋଇପାର ନଥିଲା । ବାରମ୍ବାର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ 5 ଟି ସଚିବଙ୍ଗ ଗସ୍ତକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଥିଲେ । ବିଜେପି ସଦସ୍ୟ ମାନେ ଗୃହରେ ଫାଇଭ୍-ଟି ସଚିବଙ୍କ ଗସ୍ତ ସମ୍ପର୍କରେ ପ୍ରସଙ୍ଗ ଉଠାଇ ନାରାବାଜି କରିଥିବାବେଳେ ବିଜେଡି ସଦସ୍ୟମାନେ କେନ୍ଦ୍ରୀୟ ଅବହେଳାର ପ୍ରସଙ୍ଗ ଉଠାଇଥିଲେ ।












Click it and Unblock the Notifications