‘ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି, 50 ପ୍ରତିଶତ ରିହାତିରେ କୀଟନାଶକ'
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନର ପ୍ରଥମ କିଛି ଘଣ୍ଟା ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ପ୍ରଶ୍ନକାଳରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଉପରେ ଆଲୋଚନା ହୋଇଛି । ଏହି ସମୟରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

କୃଷି ବିଭାଗକୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କର ମତ ରଖିଛନ୍ତି । ''ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । 2023-24 ବର୍ଷରେ 4 ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ 30 ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ସ୍ଥାନକୁ ପ୍ରାଥମିକତା ଦିଆଯିବ ।''
ସେ ଆହୁରି ବି କହିଛନ୍ତି ଯେ, ''ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ସ୍ଥିତି ବଦଳିଛି । ଓଡ଼ିଶା ଚଳିତବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି । ହେଲେ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ନାହିଁ ।ଯେଉଁଥିପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ପରି ଶସ୍ୟ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ 30 ଜିଲ୍ଲାରେ ଡାଲି ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ଡାଲି ଚାଷ ପାଇଁ 50 ପ୍ରତିଶତ ରିହାତିରେ କୀଟନାଶକ ଦିଆଯାଉଛି । ନୂତନ ବିହନ ଓ ପିଡିଆ ବି ଦିଆଯାଉଛି । ସେହିପରି ତୈଳ ଚାଷ ଉପରେ ବି ଗୁରୁତ୍ୱ ଦିଆଯାଉଛି ।''












Click it and Unblock the Notifications