Monsoon session: ଆଜି ବି ସ୍ୱାଭାବିକ ହେଲା ନି ଗୃହ, ଅପରାହ୍ନ 4 ଟା ଯାଏଁ ମୁଲତବି
Monsoon session: ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଦେଖିବାକୁ ମିଳୁଛି ହଟ୍ଟଗୋଳ ଓ ହଙ୍ଗାମା । ମାତ୍ର ଦିନେ ଦୁଇ ଦିନ ଛାଡ଼ି ଦେଲେ ଅନ୍ୟ କୌଣସ ଦିନ ଗୃହ ସ୍ୱାଭାବିକ ଭାବେ ଚାଲି ପାରୁନି । ଆଜି ବି ଦେଖିବାକୁ ମିଲିଛି ସମାନ ଅବସ୍ଥା ।

ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି । ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ ଓ ପୋଡିୟମ ନିକଟକୁ ଯାଇ ନାରାବାଜୀ କାରଣରୁ ବିଧାନସଭାକୁ ମୁଲତିବି ରଖାଯାଇଛି ।
ବିଜେପି ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର 2 ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହା ପରେ ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।












Click it and Unblock the Notifications