Monsoon Session: ଆଜି ବି ହଟ୍ଟଗୋଳ, 12 ଟା ଯାଏଁ ଗୃହ ମୁଲତବୀ
Monsoon Session: ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ସ୍ୱାଭାବିକ ହୋଇପାରିଲାନି ଗୃହ । ଆରମ୍ଭରୁ ହଟ୍ଟଗୋଳ । ଗୃହରେ ହୋ ହାଲ୍ଲା କରିବା ସହ ନାରାବାଜି କରିଛନ୍ତି ବିରୋଧୀ । ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ସେହିପରି ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଏହା ପରେ ଦିନ 12 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଣଷା କରିଛନ୍ତି ବାଚସ୍ପତି ।

ଗୃହ ମୁଲତବୀ ହେବା ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।
ଗତକାଲି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା । ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିବା ନେଇ ଆଶା ଥିଲା । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।












Click it and Unblock the Notifications