Monsoon session: ଗୃହରେ ଲାଗି ରହିଛି ଅଚଳାବସ୍ଥା, ଆଜି ସ୍ୱାଭାବିକ ହେବା ନେଇ ଆଶା
Monsoon session: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଗୋଟିଏ ବି ଦିନ ଗୃହ ସୁରୁଖୁରୁରେ ଚାଲିପାରିନାହିଁ । ତିନି ଦିନ ଧରି ଅଚଳାବସ୍ଥା ଲାଗି ରହିଛି । ବିରୋଧୀ ବିଜେପି ଗୃହରେ ହଟ୍ଟଗୋଳ କରୁଛି । ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବା ପ୍ରସ୍ତାବ ଉପରେ ଆଲୋଚନା ବି ହୋଇପାରୁନାହିଁ ।

ଗତକାଲି ଅଧିବେଶନର ତୃତୀୟ ଦିନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ପ୍ରଶ୍ନ ରିଜେକ୍ଟ କରିବାକୁ ବିରୋଧ କରି ବିଜେପି ବିଧାୟକ ମାନେ କଳା ବ୍ୟାଚ୍ ପରିଧାନ କରିବା ସହ ଗୃହର ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଫଳରେ ପ୍ରଥମେ ଗୃହକୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ଦିନ 12 ଟା ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ନାରାବାଜି କରିଥିଲେ ବିଜେପି ବିଧାୟକ । ଫଳରେ ଗୃହ କାର୍ଯ୍ୟ ଚାଲି ପାରିନଥିଲା । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଆଜି ରହିଛି ଚତୁର୍ଥ ଦିନ । ଆଜି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି । ଆଜି ଗୃହ ସ୍ବାଭାବିକ ଭାବେ ଚାଲିପାରିବ କି ନାହିଁ ସେନେଇ ସନ୍ଦେହ ଦେଖାଦେଇଛି ।












Click it and Unblock the Notifications