ମୌସୁମୀ ଅଧିବେଶନରେ ମହିଳା ଆରକ୍ଷଣ ପ୍ରସଙ୍ଗ ସ୍ୱରକୁ ଶାଣିତ କରିବ ବିଜେଡ଼ି

ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନରେ ବିଜେଡ଼ିର ଆଭିମୁଖ୍ୟ କଣ ରହିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ଦଳର ସ୍ୱରକୁ ଉଭୟ ଗୃହରେ ଶାଣିତ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ସଂସଦରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଦଳୀୟ ସାଂସଦମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।

Naveen patnaik

ଏଥର ଅଧିବେଶନରେ ବିଜେଡ଼ି ମହିଳା ଆରକ୍ଷଣ ପ୍ରସଙ୍ଗରେ ଏହାର ଦାବି ରଖିବ । ଏହା ସହିତ କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ପ୍ରଧାନମନ୍ତ୍ରୀ ଆବାସରେ ଅଧିକ ଘର, ଏମଏସପି ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନ୍ କମିଟି ସୁପାରିଶକୁ ଲାଗୁ, କୋଷ୍ଟାଲ ହାଇୱେ ନିର୍ମାଣ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ଏଫସିଆଇ ବଳକା ଚାଉଳ ଉଠାଣ , ଚାଷୀଙ୍କୁ ଫସଲବୀମା ସୁବିଧା ନମିଳିବା, କେନ୍ଦ୍ର ସରକାରରୁ ଆବଶ୍ୟକ ସହଯୋଗ ମିଳୁନଥିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା ଆଦି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ,ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି । 'ସ୍ପେଶାଲ ଫୋକସ ଷ୍ଟେଟ' ପାଇଁ ଆମର ଦାବି ଅଧିକ ମୁଖର ଓ ଦୃଢ଼ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ସଂଘୀୟ ବ୍ୟବସ୍ଥାରେ ଯେଭଳି ସହଯୋଗ ଭାରତ ସରକାରଙ୍କଠୁ ମିଳିବା ଆବଶ୍ୟକତ ତାହା ମିଳୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ 4 ବର୍ଷ ଧରି ବନ୍ଦ ରଖାଗଲା । ଆବାସ ପୋର୍ଟାଲ ଖୋଲା ଗଲାନି । ବାରମ୍ବାର ଅନୁରୋଧ ପରେ 8 ଲକ୍ଷ ଘର ମଞ୍ଜୁର କରାଯାଇଛି, କିନ୍ତୁ ବାସ୍ତବରେ 15 ଲକ୍ଷ ଘରର ଆବଶ୍ୟକ ଅଛି ।

ସେହିପରି 6 ଜିଲ୍ଲାରେ ଏବେବି ରେଳବାଇ ନେଟୱାର୍କ ନାହିଁ । ଜାତୀୟ ରାଜପଥର ବହୁ ପ୍ରକଳ୍ପ ବିଳମ୍ବ ହେଉଛି, କୋଷ୍ଟାଲ ହାଇୱେ ନିର୍ମାଣରେ ଅଗ୍ରଗତି ପରିଲକ୍ଷିତ ହେଉନି । ମୋବାଇଲ, ବ୍ୟାଙ୍କିଙ୍ଗ ଓ ଡଜିଟାଲ ସଂଯୋଗରେ ମଧ୍ୟ ସମସ୍ୟା ରହିଛି । ଏସବୁ ଭିତ୍ତିଭୂମି ସଂକ୍ରାନ୍ତ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି ।

ଚାଷୀଙ୍କ ସମସ୍ୟାକୁ ମଧ୍ୟ ପ୍ରସଙ୍ଗ କରିବ ବିଜେଡ଼ି । ବଳକା ଉଷୁନା ଚାଉଳକୁ ଏଫସିଆଇ ନେଉନଥିବା, ବକେୟା ଦେଉନଥିବା, ଏମଏସପି ପ୍ରସଙ୍ଗରେ ସ୍ୱାମୀନାଥନ ରିପୋର୍ଟ କାର୍ଯ୍ୟକାରୀ ନହେବା, ସାରର ଅନିୟମିତ ଯୋଗାଣ ଆଦି ପ୍ରମୁଖ ପ୍ରସଙ୍ଗ ଉଠାଇବ ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+