Get Updates
Get notified of breaking news, exclusive insights, and must-see stories!

'55 ନମ୍ବର ଜାତୀୟ ରାଜପଥକୁ ଅଣଦେଖା କରୁଛି କେନ୍ଦ୍ର'

ଭୁବନେଶ୍ୱର: ହୋ ହାଲ୍ଲା ଭିତରେ ଚାଲିଲା ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ମୁଲତବୀ ପ୍ରସ୍ତାବ ଖାରଜ ହେବା ପରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ଏହି ସମୟରେ ବିରୋଧୀ ବିଜେପିକୁ କେନ୍ଦ୍ର ଅବହେଳା କଥା ମନେ ପକାଇଦେଇଛି ଶାସକ ବିଜେଡ଼ି ।

nh 55

55 ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ନେଇ ବିରୋଧୀ ବିଜେପିକୁ ଘେରିଛି ବିଜେଡ଼ି । 55 ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଦୀର୍ଘ ବର୍ଷ ହେଲା ସରୁନି କାମ । ଅନେକ ଜୀବନ ଗଲାଣି । ଏହି ଜାତୀୟ ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବା ବେଳେ କେନ୍ଦ୍ର ସରକାର ଏ ନେଇ ଦୃଷ୍ଟି ଦେଉନାହାଁନ୍ତି । ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ, ଏନେଇ ବାରମ୍ବାର ସ୍ୱର ଉଠାଇଛି ବିଜେଡି । କିନ୍ତୁ ରାଜ୍ୟ ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ । ନିଜ ଆସନ ନିକଟରେ ଛିଡ଼ା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ ସରକାରୀ ଦଳ ସଦସ୍ୟ । ଏହା ସହ କୋଷ୍ଟାଲ ହାଇୱେ ପ୍ରସଙ୍ଗ ବି ଉଠାଇଛି ବିଜେଡି ।

ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିଜେପି ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲି ପାରିନଥିଲା । ଏହା ପରେ ଦିନ 11.30 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁଣି ଗୃହ ଆରମ୍ଭ ହୋଇଥିଲା । 5 ଟି ସଚିବଙ୍କ ଗସ୍ତକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବା ସହ ଏହାକୁ ସମାଦାନ କରିବାରେ ତ୍ରୁଟି କେଉଁଠି ରହିଲା ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ପ୍ରଶ୍ନକାଳ ଚଲାଇ ନ ଦେବା ଠିକ୍ ନୁହଁ । ଏ ସମୟରେ ଅନେକ ପ୍ରଶ୍ନର ଉତ୍ତର ମିଳିପାରିଥଆନ୍ତା । ଶୂନ୍ୟକାଳରେ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରିଥାନ୍ତା । କେନ୍ଦ୍ର ଅବହେଳାର ଉତ୍ତର ବିଜେପି ଦେବା କଥା ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଅନ୍ୟପଟେ ଦୀର୍ଘ ବର୍ଷ ଧରି 55 ନମ୍ବର ଜାତୀୟ ରାଜପଥ କାମ ଚାଲିଥିବା କଥା ମାନିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ହେଲେ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର କ'ଣ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ବିଜେପି ବିଧାୟିକା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+