ମୌସୁମୀ ଅଧିବେଶନ ଆଗରୁ ସାଂସଦଙ୍କୁ ଗୁରମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର : ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ବିଜେଡିର ସଂସଦୀୟ ଦଳ ବୈଠକ ଆଜି ଅନୁଷ୍ଠିତ ହେବ । ଉଭୟ ଗୃହରେ ବିଜେଡ଼ିର କଣ ଆଭିମୁଖ୍ୟ ରହିବ ସେ ନେଇ ରଣନୀତି କରିବ ଦଳ । ଏଥି ସହିତ ବିଜେଡ଼ି ସାଂସଦମାନଙ୍କୁ ଆଜି ସନ୍ଧ୍ୟା 7 ଟାରେ ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ ।

Naveen Patnaik

ସଂସଦର ମୌସୁମୀ ଅଧିବେଶନରେ ଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ କେଉଁ ପ୍ରସଙ୍ଗ ସବୁ ଉଠାଇବ ତା ଉପରେ ଆଲୋଚନା ହେବ । ବିଶେଷକରି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉପରେ ଫୋକସ୍ କରିବ ଦଳ । ଏଥର ଅଧିବେଶନରେ ମହିଳା ଆରକ୍ଷଣ ବିଲି ଉପରେ ଦଳ ସ୍ୱର ଉଠାଇବା ସହ ଏହାର ଅନୁମୋଦନ ଲାଗି ଦାବି କରିବ ବୋଲି ଦଳ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

ସୂଚନାଥାଉକି, ଆସନ୍ତା 20 ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ନୂତନ ସଂସଦରେ ପ୍ରଥମ ଥର ପାଇଁ ଅଧିବେଶନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+