Get Updates
Get notified of breaking news, exclusive insights, and must-see stories!

Monsoon session: ଗୃହରେ ସ୍ୱାଧିକାର ଭଙ୍ଗ ହଙ୍ଗାମା, ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବୀ

Monsoon session: ଆଜି ବି ଗୃହରେ ହଙ୍ଗାମା । ମୌସୁମୀ ଅଧିବେଶନର ଚତୁର୍ଥ ଦିନର ଆରମ୍ଭରୁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ମଧ୍ୟାହ୍ନ ପରେ ଦେଖାଦେଇଛି ହଟ୍ଟଗୋଳ । ବିଶେଷ କରି ଆଜି ଗୃହରେ ସ୍ୱାଧିକାର ଭଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ବିରୋଧୀ ଦଳ ନେତା ଅନ୍ୟ ଏକ ଅଭିଯୋଗ କରିବା ପରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହା ପରେ ଅପରାହ୍ନ 4 ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

monsoon session

ଶୂନ୍ୟକାଳରେ ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । । ପୂର୍ତ୍ତ ବିଭାଗ ତଥ୍ୟରେ ବହୁ ମିଥ୍ୟା ତଥ୍ୟ ରହୁଥିବା ବେଳେ ଖାମଖିଆଲି ଭାବେ ଉତ୍ତର ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ସେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରିଭିଲେଜ କମିଟି ଗଠନ କରାଯାଉ ବୋଲି ବି ଦାବି କରିଛନ୍ତି । ଏହାର ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି ।

ଏହାବାଦ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ନ ଦେବାରୁ କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ଏହାପରେ ବାଚସ୍ପତି ଅପରାହ୍ନ 4ଟା ଯାଏ ଗୃହ ମୁଲତବି କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଗତ 25 ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ସେ କହିଛନ୍ତି, ''ବିରୋଧୀ ଦଳ ଭାବେ ବିବୃତି ମାଗିନଥିଲୁ । କିନ୍ତୁ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । 5 -ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିବୃତି ରଖିଥିଲେ ଏବଂ ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ । କିଏ ଜନ ବିରୋଧୀ ? ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଅନ୍ତୁ ।''

ସେହିପରି ବିରୋଧି ଦଳ ନେତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ସଂସଦୀୟ ମନ୍ତ୍ରୀ ନିରଂଜନ ପୂଜାରୀ । ସେ କହିଛନ୍ତି, ଆଇନ୍ ବହିର୍ଭୂତ କଥା ଆଧାରରେ କୌଣସି ସ୍ୱାଧିକାର ଭଙ୍ଗ ଆଣିବା ସମୀଚିନ ନୁହେଁ । ବିଧାନସଭାକୁ ରାଜନୈତିକ ମଇଦାନ ସଜାନ୍ତୁନି ବିରୋଧୀ । ବିରୋଧୀଙ୍କ ସ୍ୱାଧିକାର ଭଙ୍ଗର ଆଧାରକୁ ନେଇ ପ୍ରଶ୍ନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ବି କହିଛନ୍ତି, ''ଗୃହର ନେତାଙ୍କ ବିରୁଦ୍ଧରେ ଏକ କଦର୍ଥ କଥା କହିଛନ୍ତି ବିରୋଧୀ ଦଳ ନେତା । ଯିଏ ଏହି ଗୃହର ନୁହଁନ୍ତି ତାଙ୍କ କଥା କେମିତି ଉଠାଇଲେ ?'' ଏହାକୁ ବାଦ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+