ରଜରେ ଭିଡ଼ିବ ଓଡ଼ିଶା, 9 ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର : ରଜରେ ଭିଜିବ ଓଡ଼ିଶା । ରଜ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ । ଜୁନ୍ 9 ସୁଦ୍ଧା ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଆରବ ସାଗରରେ ବାତ୍ୟା 'ବିପର୍ଯ୍ୟୟ' ସିଭିୟର ସାଇକ୍ଲୋନିକ ଟର୍ମ ରୂପ ନେଉଛି । ଥିବାବେଳେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ତେଣୁ ଜୁନ ୯ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ବୁଧବାର ସୂଚନା ଦେଇଛି ପାଣିପାଗ ବିଭାଗ ।
ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ 'ବିପର୍ଯ୍ୟୟ' । ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓମାନ ଆଡକୁ ମୁହାଁଇପାରେ ବୋଲି କୁହାଯାଇଛି ।












Click it and Unblock the Notifications