Get Updates
Get notified of breaking news, exclusive insights, and must-see stories!

ପୁରୀ ରୁ ଅସ୍ତରଙ୍ଗ ପହଞ୍ଚିବାକୁ ଲାଗିଲା 5 ବର୍ଷ...

ଭୁବନେଶ୍ୱର: ପୁରୀ ରୁ ଅସ୍ତରଙ୍ଗ ପହଞ୍ଚିବାକୁ ଲାଗିଲା 5 ବର୍ଷ ! ଏ କଥା ଶୁଣିଲେ ଆପଣ ବି ଭାବିବେ ଏହା କେମିତି ସମ୍ଭବ ? ଗୋଟିଏ ଜିଲ୍ଲା ଭିତରେ ଗୋଟିଏ ସ୍ଥାନ ରୁ ଆଉ ଗୋଟିଅ ସ୍ଥାନକୁ ପହଞ୍ଚିବାକୁ କେମିତି ଏତେ ସମୟ ଲାଗିବ । ଆଜ୍ଞା ହଁ ! ଭାରତୀୟ ଡାକ ବିଭାଗରେ ଘଟିଛି ଏମିତି ଏକ ଘଟଣା ।

postal

ପୁରୀ ଜିଲ୍ଲା ଚନ୍ଦନପୁରରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ମନି ଅର୍ଡର ପହଞ୍ଚିବାକୁ ଲାଗିଛି 5 ବର୍ଷ । 2018 ମସିହା ଅଗଷ୍ଟ 24 ରେ ପୁରୀ ଜିଲ୍ଲାର ପ୍ରକାଶ ରଥ ଝିଅ ଘରକୁ ବାଲିତୃତୀୟ ଭାର ବାଦଦକୁ ହଜାରେ ଟଙ୍କା ପଠାଇଥିଲେ । ଚନ୍ଦନପୁର ପୋଷ୍ଟ ଅଫିସରୁ ମନିଅର୍ଡର ମାଧ୍ୟମରେ ଏକ ହଜାର ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗପୁର ବ୍ଲକ ଆଦିକନ୍ଦପୁର ଶାସନ ଠିକଣାରେ ପଠାଇଥିଲେ । ହେଲେ ବାଲିତୃତୀୟ ଚାଲିଯିବା ପରେ ବି ଝିଅଘରେ ଟଙ୍କା ପହଞ୍ଚିନଥିଲା । ଡାକ ଘରେ ଯୋଗାଯୋଗ କରିବା ପରେ ବି ଟଙ୍କା ଆସିନଥିବା ଡାକ ବିଭାଗର ଅଧିକାରୀ କହିଥିଲେ । ପରେ ଘଟଣାକୁ 5 ବର୍ଷ ବିତିଯାଇଥିଲା ।

ମନିଅର୍ଡର କଥା ସମସ୍ତେ ଭୁଲିଯାଇଥିବାବେଳେ ଗତ 4ତାରିଖରେ ଜ୍ୱାଇଁ ସୁଧୀରଙ୍କ ନାଁରେ ମନିଅର୍ଡରଟି ଆସି ପହଞ୍ଚିଥିଲା । 5 ବର୍ଷ ତଳେ ଶ୍ୱଶୁର ପଠାଇଥିବା ମନିଅର୍ଡର ଏବେ ଆସି ପହଞ୍ଚିବା ଘଟଣା ସମସ୍ତଙ୍କୁ ଚକିତ କରୁଛି । ଏହାଛଡ଼ା ଡାକ ବିଭାଗର ଏଭଳି ଅବହେଳା ବାବଦରେ ପ୍ରଶ୍ନ ଉଠୁଛି ।

ଡାକ ବିଭାଗକୁ ଟଙ୍କା ପ୍ରେରଣ ଓ ପତ୍ର ବିନିମୟରେ ସବୁଠାରୁ ସୁରକ୍ଷିତ ଓ ବ୍ୟବସ୍ଥିତ ମାଧ୍ୟମ ବୋଲି କୁହାଯାଇଥାଏ । କିନ୍ତୁ ଝିଅର ବ୍ରତ ପାଇଁ ଟଙ୍କା ପଠାଇଥିଲେ ବି ଠିକ୍ ସମୟରେ ନପହଁଚିବାକୁ ନେଇ ଉଭୟ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଏ ସମ୍ପର୍କରେ ବାରମ୍ବାର ପୋଷ୍ଟ ଅଫିସରେ ଜଣାଇଥିଲେ ବି ତାଙ୍କ କଥା କେହି ଶୁଣିନଥିବା ଅଭିଯୋଗ କରିଛନ୍ତି ।

ତେବେ କେଉଁ କାରଣରୁ ଏବଂ କାହାର ଅବହେଳା ପାଇଁ ଟଙ୍କା ପହଁଚିବାରେ ଏତେ ବିଳମ୍ବ ହେଲା ତାହା ଜଣାପଡିନି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+