Get Updates
Get notified of breaking news, exclusive insights, and must-see stories!

କାଲି ପଟ୍ଟାମୁଣ୍ଡାଇ ଆଜି ଯାଜପୁର, କୁଆଡ଼ୁ ଆସୁଛି ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ?

ଯାଜପୁର: ଆକାଉଣ୍ଟରେ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ଏହାକୁ ଉଠାଇବା ପାଇଁ ବ୍ୟାଙ୍କରେ ଲାଗିଛି ଲୋକଙ୍କ ଭିଡ଼ । କାଲି ପଟ୍ଟାମୁଣ୍ଡାଇରେ ଏମିତି କିଛି ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଟଙ୍କା ଆସିଥିବା ବେଳେ ଆଜି ଯାଜପୁରରେ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ଲୋକଙ୍କ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଆସୁଛି ଟଙ୍କା । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଆସୁଛି ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା, ବାଲିସାହି, ବାଲିଚନ୍ଦ୍ରପୁର ଗାଁର 500 ରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଆସିଛି ଲକ୍ଷ ଲକ୍ଷ ଟଙ୍କା । ଏ ଟଙ୍କା କୁଆଡ଼ୁ ଆସୁଛି ଜଣାପଡ଼ି ନଥିବାବେଳେ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଲାଗିଛି ଲୋକଙ୍କ ଭିଡ଼ ।

bank

କାହା ଆକାଉଣ୍ଟକୁ 20 ହଜାର ତ ଆଉ କାହାର 50 ହଜାର । ଅନେକ ଲୋକଙ୍କ ଆକାଉଣ୍ଟକୁ ହଜାର ହଜାର ଟଙ୍କା ଆସିଥିବା ଜାଣି ଖୁସି ହୋଇଯାଇଛନ୍ତି ଲୋକ । ଏନେଇ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି, ଗତକାଲିଠୁ ଲୋକମାନେ ବ୍ୟାଙ୍କକୁ ଆସି ଟଙ୍କା ଉଠାଇନେଉଛନ୍ତି । ତେବେ କେଉଁଠୁ ଟଙ୍କା ଆସିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଟଙ୍କା କେଉଁଠୁ ଆସିଛି ତାହାର ତଦନ୍ତ ଜାରି ରହିଛି ।

ଗତକାଲି ଏଭଳି ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବା ଖବର ସାରା ଅଞ୍ଚଳରେ ଖେଳିଯାଇଥିଲା । ଆଉ ଲୋକମାନେ ତୁରନ୍ତ ଧାଇଁ ଆସିଥିଲେ ବ୍ୟାଙ୍କକୁ ।

ସୂଚନା ଅନୁଯାୟୀ ଗତକାଲି ଆଳି ଅଞ୍ଚଳର ବାଟିପଡା ଗ୍ରାମ୍ୟ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟକୁ ଅଚାନକ ଟଙ୍କା ଆସିଥିଲା । 2 ହଜାରଠୁ ଆରମ୍ଭ କରି 2 ଲକ୍ଷ ଯାଏଁ ଆକାଉଣ୍ଟରେ ଜମା ହୋଇଯାଇଥିଲା । ଏ ନେଇ ମୋବାଇଲକୁ ମେସେଜ ମଧ୍ୟ ଆସିଥିଲା । ଯାହା ପରେ ବ୍ୟାଙ୍କରେ ଲୋକଙ୍କ ଗହଳି ଲାଗିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+