Get Updates
Get notified of breaking news, exclusive insights, and must-see stories!

ମୋକିମଙ୍କ ଚିଠି ପ୍ରସଙ୍ଗ ;ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ

କେମିତି ଅଛି ଓଡ଼ିଶା କଂଗ୍ରେସର ସ୍ଥିତି । ଯାହା ଲାଗୁଛି କଂଗ୍ରେସକୁ ପିଛା ଛାଡୁନି କନ୍ଦଳ । ନିର୍ବାଚନ ସରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ବିବାଦ । ଗାଁଠୁ ଆରମ୍ଭ କରି ସହର, ଛକରୁ ଆରମ୍ଭ କରି ଚା' ଦୋକାନ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଛି । ଏବେ ପୁଣି ଶୁଣିବାକୁ ମିଳିଛି କି, ଓଡ଼ିଶା କଳି ଏବେ ପହଞ୍ଚିଛି ଦିଲ୍ଲୀ ଦରବାରରେ । ​​​​​​​ଯେବେଠୁ ମୋକିମ ସୋନିଆ ଗାନ୍ଧୀଙ୍କୁ ଓଡ଼ିଶାରେ କଂଗ୍ରେସର ଶୋଚନୀୟ ଅବସ୍ଥାକୁ ନେଇ ଚିଠି ଲେଖିଛନ୍ତି, ସେବେଠୁ ଏହି କଥାକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ରାଜନୈତିକ ଝଡ଼ । ଜଣଙ୍କ ପରେ ଜଣେ ନେତା ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି ।

Ramachandra Kadam

ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସେ କହିଛନ୍ତି ଓଡ଼ିଶାରେ ବିବାଦ ଦିଲ୍ଲୀରେ ହେବ ସମାଧାନ । କେନ୍ଦ୍ରୀୟ ନେତା କରିବେ ହସ୍ତକ୍ଷେପ । ଓଡ଼ିଶା କଂଗ୍ରେସରେ ବିବାଦ ନେଇ କଂଗ୍ରେସ ନେତା ଦିଲ୍ଲୀ ନେତାଙ୍କ ସହିତ ଆଲୋଚନା ହେବ। ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ସେହି ସୁଯୋଗର ଫାଇଦା କଂଗ୍ରେସ କିଭଳି ନେବ, ବିବାଦର ଆପୋଷ ସମାଧାନ ହୋଇ କଂଗ୍ରେସ କିଭଳି ସଂଗଠିତ ହୋଇ କାମ କରିବ ସେ ନେଇ ଦଳ ର ବରିଷ୍ଠ ନେତା ମାନେ କେନ୍ଦ୍ରୀୟ ନେତା ମାନକ ସହିତ ବୈଠକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+