ସଦସ୍ୟତା ପଦ ଫେରିପାଇଲେ ଲାକ୍ଷାଦ୍ୱୀପ ସାଂସଦ ଫୈଜଲ ମହମ୍ମଦ

Mohammad Faizal

ଲାକ୍ଷାଦ୍ୱୀପ ସାସଂଦ ମହମ୍ମଦ ଫୈଜଲ ପାଇଁ ଲୋକସଭାରୁ ଏକ ଖୁସି ଖବର । ସଦସ୍ୟତା ପଦ ଫେରିପାଇଛନ୍ତି ଏନମସିପି ନେତା ତଥା ଲାକ୍ଷାଦ୍ୱୀପ ସାଂସଦ ଫୈଜଲ ମହମ୍ମଦ । ଲୋକସଭା ସଚିବାଳୟ ମହମ୍ମଦଙ୍କ ଲୋକସଭା ସଦସ୍ୟତାକୁ ପୁଣି ଥରେ ପୁନଃସ୍ଥାପନ କରିଛି ।

ସ୍ଥାନୀୟ ଅଦାଲତ ଲାକ୍ଷାଦ୍ୱୀପରୁ ଏନସିପି ସାଂସଦ ପିପି ମହମ୍ମଦ ଫୈଜଲଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । 11 ଜାନୁଆରୀରେ ସ୍ଥାନୀୟ କୋର୍ଟ ଦ୍ୱାରା ଫୈଜଲଙ୍କୁ ଏହି ଦଣ୍ଡାଦେଶ ମିଳିଥିଲା । ଲୋକ ପ୍ରତିନିଧି ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ କୋର୍ଟଙ୍କ ନିଷ୍ପତ୍ତି ପରେ ଲୋକସଭା ସଚିବାଳୟ ମହମ୍ମଦ ଫୈଜଲଙ୍କ ଲୋକସଭା ସଦସ୍ୟତାକୁ ବାତିଲ କରିଦେଇତିଲା । କିନ୍ତୁ ହାଇକୋର୍ଟ ସ୍ଥାନୀୟ ଅଦାଲତର ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି, ଏହା ପରେ ଲୋକସଭା ସଚିବାଳୟ ପୁଣି ଥରେ ମହମ୍ମଦ ଫୈଜଲଙ୍କ ଲୋକସଭା ସଦସ୍ୟତାକୁ ପୁନଃ ସ୍ଥାପିତ କରିଛି ।

ଅପରପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଲୋକସଭା ସଚିବାଳୟ ସଦସ୍ୟତା ପଦ ପୁନଃ ସ୍ଥାପିତ ନକରିବା ନେଇ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫୈଜଲ । ରୋଚକ କଥା ହେଉଛି ଏହି ମାମଲାରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଲୋକସଭା ସଚିବାଳୟ ଫୈଜଲ ମହମ୍ମଦଙ୍କ ସଦସ୍ୟତା ପଦ ପୁନଃସ୍ଥାପିତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+