ଚୋର ଧରାଇବ ମୋବଇଲ, ଘରେ ଚୋର ପଶିଲେ ବାଜି ଉଠିବ ମାଲିକଙ୍କ ମୋବାଇଲ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ । ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇ ଦେଉଛନ୍ତି ଲୁଟେରା । କେଉଁଠି ଝରକା ତାଡ଼ି ତ କେଉଁଠି କବାଟ ଭାଙ୍ଗି ଲୁଟ୍ କରୁଛନ୍ତି ଚୋର । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ରାଜଧାନୀରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ ।

ଏହି ଚୋରି କୁ ରୋକିବା ପାଇଁ ଏକ ଅଭିନବ ଉପାୟ ଆପଣେଇଛି ପୋଲିସ୍ । ଘରେ ଚୋର ପଶିଲେ ମାଲିକଙ୍କ ମୋବାଇଲ୍ ଫୋନ୍ର ଆଲାର୍ମ ବାଜିବ । ସନ୍ଦିଗ୍ଧ ଘରେ ପଶିବା କ୍ଷଣି ଆପ୍ଲିକେସନ୍ ଅପଲୋଡ୍ ହୋଇଥିବା ମୋବାଇଲ ଫୋନ୍ ଥରି ଉଠିବ । ଫଳରେ ଘର ମାଲିକ ସତର୍କ ହେବା ସହ ଆଗୁଆ ସଜାଗ୍ ହେବେ । ଏଥିପାଇଁ ନୂଆ ଆପ୍ଲିକେସନ ଡିଭାଇସ୍ ଲଗାଇବା ପରିକଳ୍ପନା କରିଛି କମିସନରେଟ୍ ପୁଲିସ ।
ସହରରେ ଥିବା ଆପାର୍ଟମେଣ୍ଟ ଗୁଡ଼ିକରୁ ବଢ଼଼ୁଥିବା ଲୁଟ୍ପାଟ୍କୁ ରୋକିବାକୁ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ସହରର ଆପାର୍ଟମେଣ୍ଟର ସୋସାଇଟି ସହ ଆଲୋଚନା କରାଯାଇ ଖୁବ୍ଶୀଘ୍ର ଏହି ପଦକ୍ଷେପ ନିଆଯିବ ବୋଲି ପୁଲିସ କମିସନର୍ ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।
ପୁଲିସ କମିସନରଙ୍କ କହିବା ଅନୁଯାୟୀ, ଏଭଳି ଏକ ଉଚ୍ଚଶକ୍ତିସମ୍ପନ୍ନ ହାଇ ଟେକ୍ନୋଲୋଜି ମେସିନ ଉପରେ ପୁଲିସ ଡେମୋ କରୁଛି । ଯେଉଁମାନେ ଘର ଛାଡ଼ି ବାହାରକୁ ଯାଉଛନ୍ତି ସେମାନେ ଏହି ମେସିନକୁ ଘରେ ଲଗାଇପାରିବେ । ଏହା ମେସିନ୍ ସହ ନିଜର ମୋବାଇଲ୍ ଫୋନ୍ରେ ଏକ ଆପ୍ଲିକେସନ ଡାଉନ୍ଲୋଡ଼ କରିବେ । ଫଳରେ ଆଲାର୍ମ ମେସିନ ସହ ମୋବାଇଲ୍ ଲିଙ୍କ୍ ରହିବ । ଘର ବନ୍ଦ ଥିବାବେଳେ କେହି ସନ୍ଦିଗ୍ଧ ଘର ଭିତରେ ପଶିଲେ, ମୋବାଇଲ ଫୋନ୍କୁ ଆଲାରାମ ବାଜିବା ସହ ଫୋନ୍ଟି ଥରି ଉଠିବ । ଘର ମାଲିକ ତୁରନ୍ତ ଅଗବତ ହୋଇ ସ୍ଥାନୀୟ ପୁଲିସ କିମ୍ବା ଆଖପାଖ ପଡ଼ୋଶୀଙ୍କ ସହାୟତା ନେଇପାରିବେ । ଫଳରେ ଲୁଟ୍ ହେବା ଆଗରୁ ଘର ମାଲିକ ଜାଣି ଆଗୁଆ ସତର୍କତା ଅବଲମ୍ବନ କରିବ ।
ସୂଚନାଥାଉକି, ଗତ କିଛି ଦିନ ମଧ୍ୟରେ ରାଜଧାନୀର ଆପାର୍ଟମେଣ୍ଟରେ ଚୋରି ଘଟଣା ବେଶ୍ ବଢିଛି । ବିଶେଷ କରି ଘରେ କେହି ନଥିବା ବେଳେ ଟାର୍ଗେଟ୍ କରୁଛନ୍ତି ଲୁଟେରା । ରାଜଧାନୀର 30 ଟି ଆପାରପ୍ଟମେଣ୍ଟର 55 ଟି ଫ୍ଲାଟରୁ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ସବୁ ଆପାର୍ଟମେଣ୍ଟରୁ 12 କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ଏହାକୁ ରୋକିବା ପାଇଁ ଆଗକୁ ପାଦ ବଢ଼଼ାଇଛି କମିସନରେଟ୍ ପୁଲିସ।












Click it and Unblock the Notifications