Get Updates
Get notified of breaking news, exclusive insights, and must-see stories!

ଆଉ 13 ଟି ରୁଟ୍ ରେ ଚାଲିବ ମୋ ବସ୍; ଜାଣନ୍ତୁ, ଏହି ସ୍ଥାନ ଏବଂ ବସ୍ ର ନମ୍ବର

ଭୁବନେଶ୍ୱର: ପର୍ଯ୍ୟଟକ ଓ ଯାତ୍ରୀଙ୍କ ଗମନାଗମନକୁ ଆହୁରି ସୁଗମ କରିବା ପାଇଁ ଆଉ 13 ଟି ରୁଟ୍ ରେ ଚାଲିବ ମୋ ବସ୍ ସେବା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏହାର ସେବାରେ ବୃଦ୍ଧି କରିବ । ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍‌ ଏହି ନୂଆ 13 ଟି ରୁଟ୍‌ ରେ ସେବା ଯୋଗାଇବ । ନୂଆ ରୁଟ୍‌ ସବୁ ଭୁବନେଶ୍ୱର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ ।

mo bus

ଜୁଲାଇ ପହିଲାରୁ ଆରମ୍ବ ହେବ ଏହି 13 ଟି ରୁଟ୍ ରେ ବସ୍ ସେବା । ଏଥିରେ କାକଟପୁର, ସାତପଡ଼ା ଓ ଡେଲାଙ୍ଗକୁ ସାମିଲ କରାଯାଇଛି । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଶେଷ ଉପକୃତ ହେବେ । ଏହି ସବୁ ଅଞ୍ଚଳରପ୍ରମୁଖ ହବ୍‌ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍‌ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି ।


କେଉଁ ରୁଟ୍ ରେ ଯିବ କେଉଁ ଗାଡ଼ି ?

  • 4ନଂ ରୁଟ ଗାଡି ବରମୁଣ୍ଡା ଆଇଏସବିଟିରୁ ବାହାରି ଓଲଟପୁର ଯିବ ।
  • 45 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ଜୟଦେବ ପୀଠ ଯିବ ।
  • 46 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ଭାୟା କଲ୍ୟାଣପୁର, ଗନ୍ଦରପୁର ହୋଇ ନନ୍ଦନ କାନନ ଯିବ ।
  • 47 ନଂ ରୁଟ ଗାଡି ସମ୍ ହସ୍ପିଟାଲରୁ ବାହାରି ଏସସିବି ମେଡିକାଲ ଯିବ ।
  • 48 ନଂ ରୁଟ ଗାଡ଼ି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡରୁ ବାହାରିବ ଏବଂ ଜଗତପୁର, କଟକକୁ ଯିବ ।
  • 49 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ଡେଲାଙ୍ଗ ରେଳ ଷ୍ଟେସନ ଯିବ ।
  • 56 ନଂ ରୁଟ ଗାଡ଼ି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ ।
  • 57 ନଂ ରୁଟ ଗାଡି କାକଟପୁରରୁ ବାହାରିବ ଏବଂ ପୁରୀ ବସ ଷ୍ଟାଣ୍ଡକୁ ଯିବ ।
  • 58 ନଂ ରୁଟ ଗାଡ଼ି ଜଗତପୁରରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ ।
  • 59 ନଂ ରୁଟ୍ ଗାଡି ମହାନଦୀ ବିହାରରୁ ବାହାରି ପୁରୀ ବସ ଷ୍ଟାଣ୍ଡ ଯିବ ।
  • 84 ନଂ ରୁଟ ଗାଡ଼ି ସିଡିଏ, କଟକରୁ ବାହାରି ଓଲଟପୁର ଯାଏ ଯିବ ।
  • 60 ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ସାତପଡା ଯିବ ।
  • 61 ନଂ ରୁଟ ଗାଡ଼ି ବରମୁଣ୍ଡା ଆଇଏସବିଟିରୁ ବାହାରି ଭାୟ ପୁରୀ ବସ ଷ୍ଟାଣ୍ଡ, ବ୍ରହ୍ମଗିରି ବସ ଷ୍ଟାଣ୍ଡ ଦେଇ ସାତପଡାକୁ ଯିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+