ଅପରାହ୍ନରେ ଚାଲି ନପାରେ ମୋ ବସ୍, ଭିଡ଼ ଦେଖି ନିଷ୍ପତ୍ତି ନେବ
ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ଭକ୍ତଙ୍କ ଭିଡ଼ରେ ଟ୍ୱିନ୍ ସିଟି । ବିଭିନ୍ନ ପୂଜା ମଣ୍ଡପ ସହ ରାସ୍ତାଘାଟରେ ଅସମ୍ଭାଳ ଭିଡ଼ ରହୁଛି । ଏହାକୁ ନଜରରେ ରଖି ଆଜି ଅପରାହ୍ନରେ ମୋ ବସ୍ ଚଳାଚଳ ନପାରେ । ଏ ନେଇ ନିଷ୍ପତ୍ତି ନେବେ କର୍ତୃପକ୍ଷ ।

ତେବେ ଅପରାହ୍ନ 3.30 ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଗତକାଲି ରବିବାର ସହ ମହାଅଷ୍ଟମୀ ଥିବାରୁ ରାଜଧାନୀରେ ଅସମ୍ଭାଳ ଭିଡ଼ ହୋଇଥିଲା । ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।
ବିଶେଷ କରି ବଡ଼ ବଡ଼ ପୂଜା ପେଣ୍ଡାଲ ଓ ମଲ୍ ଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ । ଭିଡ଼କୁ କିପରି ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି ।












Click it and Unblock the Notifications