ମୋ ବସ୍-କାର୍ ଦୁର୍ଘଟଣା, ଜଣେ ମୃତ, 14 ଗୁରୁତର
ପୁରୀ: ମୋ ବସ୍ - କାର୍ ମୁହାଁମୁହିଁ ଧକ୍କା । ପୁରୀ ବାଲିଘାଇ ଛକ ରେଞ୍ଜ ଅଫିସ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 14 ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଅଭିମୁଖେ ଯାଉଥିବା ଏକ କାର୍ ସାମ୍ନା ପଟୁ ଆସୁଥିବା ମୋ ବସ୍ ସହ ଧକ୍କା ହୋଇଥିଲା । ଫଳରେ ବସ୍ରେ ଥିବା 10 ଜଣ ଏବଂ କାର୍ରେ ଥିବା 4 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ ମୋ ବସ୍ ଡ୍ରାଇଭର ଷ୍ଟେରିଂ ସହ ଚାପି ହୋଇ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁରୀ ମେରାଇନ୍ ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସେପଟେ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଏପିରିକି କାର୍ଟି କେଉଁ ଜାଗାରୁ ଆସୁଥିଲା । ସେନେଇ ମଧ୍ୟ ସବିଶେଷ ତଥ୍ୟ ମିଳିନାହିଁ ।












Click it and Unblock the Notifications