ଆଜି ପ୍ରକାଶ ପାଇବ ମିଜୋରାମ ଫଳାଫଳ, କିଛି ସମୟର ପରେ ଆରମ୍ଭ ହେବ ଭୋଟ୍ ଗଣତି
ବିଧାନସଭା ନିର୍ବାଚନ ଫଳାଫଳ 2023: ଆଜି ପ୍ରକାଶ ପାଇବ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ । ସକାଳ 8 ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଭୋଟ୍ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ପ୍ରଥମେ ପୋଷ୍ଟାଲ ବାଲଟ ଗୁଡିକର ଗଣତି ହେବ । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହେବ ଇଭିଏମର ଭୋଟ ଗଣତି । 40 ଆସନ ବିଶିଷ୍ଟ ରାଜ୍ୟ ମିଜୋରାମରେ ସରକରା ଗଠନ ଲାଗି 21 ଆସନ ଦରକାର । ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ଆଶା ଦେଖାଯାଇନାହିଁ ।
ଗତକାଲି ଅନ୍ୟ 4 ରାଜ୍ୟ ସହ ମିଜୋରାମର ଫଳାଫଳ ବାହାରିବାର ଥିଲା । ମାତ୍ର ରବିବାର ପଡ଼ୁଥିବାରୁ ଏକାଧିକ ସଂଗଠନ ବିରୋଧ କରିଥିଲେ । ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ । ରବିବାର 3 ତାରିଖ ହେଉଛି ଇଷ୍ଟର । ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ତେଣୁ ଦାବି ଅନୁସାରେ ତାରିଖ ବଦଳାଇଥିଲେ ନିର୍ବାଚନ କମିଶନ ।












Click it and Unblock the Notifications