ବଟି ନଦେବାରୁ ଛୁରା ଓ ବିୟର ବୋତଲରେ ଆକ୍ରମଣ, GAIL କର୍ମଚାରୀ ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ବଢିଚାଲିଛି ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ । ଦାଦା ବଟି ନ ଦେବାରୁ ଛୁରା ମାଡ଼ କରିବା ସହ ଭଙ୍ଗା ବିୟର ବୋତଲରେ ଜଣେ ବ୍ୟକ୍ତିଙ୍କୁ କରିଛନ୍ତି ଆକ୍ରମଣ । ଏହି ଆକ୍ରମଣର ଶିକାର ହୋଇଥିବା ଗେଲ୍ ଇଣ୍ଡିଆ ଗ୍ୟାସ୍ କମ୍ପାନୀର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଆର.ପି. ସିଂହ ଙ୍କ ଦେହରେ 50 ରୁ ଅଧିକ ସ୍ଥାନରେ ଛୁରୀ ଓ ବିୟର ବୋତଲରେ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । ପଛପଟ ବେକରେ ଲାଗିଛି ଗଭୀର ଆଘାତ ।

Attack - laxmipur

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ଏପରିକି ଏହି ଆକ୍ରମଣ ସ୍ପଷ୍ଟ ଦିବାଲୋକରେ ଘଟିଛି । ଏହାର ଫଟୋ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଅହରାହ୍ନରେ ଏହି ଘଟଣା ଘଟିଥିଲା । ଗେଲ୍ ଇଣ୍ଡିଆର ଜଣେ କର୍ମଚାରୀ ଆରପି ସିଂହ ଯାଉଥିବା ବେଳେ ଅଟକାଇଥିଲେ 4 ରୁ 5 ଜଣ ଯୁବକ । ସେ ବଟି ନଦେବାକୁ ସଫା ସଫା ମନା କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆରପି ସିଂହଙ୍କୁ ସମସ୍ତେ ମିଶି ଛୁରି ଓ ବିଅର ବୋତଲରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି, ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ ।

ଉଲ୍ଲେଖଥାଉକି, ଏହା ପୁର୍ବରୁ ଲକ୍ଷ୍ମୀପୁର ଓ କାକିରିଗୁମା ଥାନାରେ ଦାଦା ବଟି ମଗାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ ଗୁରତର ସହ ନେଇ ନଥିଲେ । ଫଳରେ ଏ ଭଳି ବଡ଼ ଅଘଟଣ ଘଟିଛି ବୋଲି କହି ଅସନ୍ତୋଷ ପ୍ରକାସ କରିଛନ୍ତି ସ୍ଥାନୀୟ ଲୋକ । ଏଭଳି ଦୁବୃର୍ତ୍ତ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସ୍ ପାଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+