ବନ୍ଧୁକ ମୁନରେ ଲୁଟିନେଲେ 10 ଲକ୍ଷ ଟଙ୍କା
ସୁନ୍ଦରଗଡ଼: ଡ୍ରାଇଭର ବେଶରେ ଆସିଲେ, ବନ୍ଧୁକ ମୁନରେ ଲୁଟନେଲେ 10 ଲକ୍ଷ ଟଙ୍କା । ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟେନସା ଫାଣ୍ଡି ଅଞ୍ଚଳରେ ଗୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ 3 ଟାରେ କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟରେ ଏହି ଲୁଟ୍ ହୋଇଛି । 5 ଜଣ ଦୁର୍ବୃତ୍ତ ଡ୍ରାଇଭର ବେଶରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରିଥିଲେ । ପରେ ବନ୍ଧୁକ ଦେଖାଇ 10 ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।












Click it and Unblock the Notifications