Get Updates
Get notified of breaking news, exclusive insights, and must-see stories!

ବସ୍ ଭଡ଼ା ନେବା କହି 15 ଶହ ଦେଲେ ଆଡଭାନ୍ସ, ନିଶା ଦେଇ ଲୁଟିନେଲେ 90 ହଜାର

ଢେଙ୍କାନାଳ: ବସ୍ ଭଡ଼ା ନେବେ ବୋଲି କହି 15 ଶହ ଟଙ୍କା ଦେଲେ ଆଡ଼ଭାନ୍ସ । ତା ପରେ ନିଶା ଦେଇ ଲୁଟିନେଲେ 90 ହଜାର ଟଙ୍କା । ଏଭଳି ଏକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନରେ । ପେଟ୍ରୋଲ ପମ୍ପ ନିକଟରେ ନିଶା ଦେଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Loot

ଅଭିଯୋଗ ଅନୁସାରେ, ଦାସ୍ ଆଣ୍ଡ୍ ଦାସ୍ ନାମକ ବସଟି ଯାଜପୁରରୁ ଭୁବନ ଯାଉଥିଲା । ଯାତ୍ରୀମାନଙ୍କୁ ଭୁବନରେ ଓହ୍ଲାଇବା ପରେ, ସେଥିରେ 4 ରୁ 5 ଜଣ ଦୁର୍ବୃତ୍ତ ଚଢ଼ିଥିଲେ । 30 ଜଣ ଲେବର୍ ଯାଜପୁର ଯିବେ କହି 15 ଶହ ଟଙ୍କା ଆଡଭାନ୍ସ ଦେଇଥିଲେ । ପରେ ସିଗାରେଟ୍ ପିଆଇ ନିଶା ଦ୍ରବ୍ୟ ମିଶା କୋଲଡ୍ରିଙ୍କସ ପିଆଇ ଥିଲେ । ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଅଚେତ ହେବା ପରେ 90 ହଜାର ଟଙ୍କା ଲୁଟିନେଇଛନ୍ତି ଦୁବୃର୍ତ୍ତ ।

ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ 90 ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ । ବସ୍‌ର ସମସ୍ତ କର୍ମଚାରୀ ଅଚେତ ହୋଇଯିବା ଦେଖି ଦୁର୍ବୃତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି ।

ସ୍ଥାନୀୟ ଲୋକେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ନେଇ ବସ୍ ମାଲିକ ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+