ଭତ୍ତା ଟଙ୍କା ନେଇ ଦୁବୃର୍ତ୍ତ ଛୁ...
ଆନନ୍ଦପୁର: ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଆସିଥିଲା ଭତ୍ତା ଟଙ୍କା । ଭତ୍ତା ଟଙ୍କା ବାଣ୍ଟୁଥିଲେ ଜିଆରଏସ୍ । ଏହି ସମୟରେ ଟଙ୍କା ନେଇ ଚମ୍ପଟ୍ ମାରିଛି ଦୁବୃର୍ତ୍ତ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁର ବ୍ଲକ ଅଧୀନ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପହଞ୍ଚାୟତ କାର୍ଯ୍ୟାଳୟରେ ।ଏ ନେଇ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ସାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଟଙ୍କା ବଣ୍ଟା ଯାଉଥିଲା । ଜିଆରଏସ୍ ଅଶୋକ ସାହୁ ଏହି ଟଙ୍କା ବାଣ୍ଟୁଥିଲେ । ଅପରାହ୍ନ ପ୍ରାୟ 12.45 ରେ ସାଳଦେଇ ଗାଁର ନୀଳମଣି ଦଲେଇ ନାମକ ଜଣେ ଯୁବକ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲା । ସେ ଜିଆରଏସ ଶ୍ରୀ ସାହୁଙ୍କ ସହିତ କୌଣସି କାରଣକୁ ନେଇ ଯୁକ୍ତିତର୍କ କରିଥିଲା । ଶ୍ରୀ ସାହୁ ଏହାର ପ୍ରତିବାଦ କରିବାରକୁ ଅଭିଯୁକ୍ତ ନୀଳମଣି ଦଳେଇ ଧମକ ଦେବା ସହିତ ମାଡ଼ ମଧ୍ୟ ମାରିଥିଲା । ଏହା ପରେ ଭତ୍ତା ବଣ୍ଟନ ପାଇଁ ଥିବା ଟଙ୍କା ବଳପୂର୍ବକ ଛଡ଼ାଇ ନେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା ।
ଅଭିଯୁକ୍ତ ନୀଳମଣି ଦଳେଇ ଟଙ୍କା ଧରି ଫେରାର ହୋଇଯିବା ପରେ ଶ୍ରୀ ସାହୁ ଥାନାରେ ଏତଲା ଦେଇଛନ୍ତି । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ଟଙ୍କା ବାଣ୍ଟୁଥିଲେ । ଏହି ସମୟରେ ଅଭିଯୁକ୍ତ ନୀଳମଣି ଦଳେଇ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ଧମକାଇଥିଲା । ମାଡ଼ମାରିବା ପରେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲା ।
ଜିଆରଏସ୍ଙ୍କ ଠାରୁ ଏତଲା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଦେଇଛି । ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications