ବ୍ୟବସାୟୀଙ୍କ ବେକରେ ଖଣ୍ଡା ରଖି ଲୁଟିନେଲେ ୧୪ ଲକ୍ଷ
Crime News: ବ୍ୟବସାୟୀଙ୍କ ବେକରେ ଖଣ୍ଡା ରଖି ଲୁଟିନେଲେ ୧୪ ଲକ୍ଷ ଟଙ୍କା ସହ ସୁନାଗହଣା । ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଭାଲୁକାନାଡି ଗାଁରେ ଘଟିଛି । ଗତ ରାତି ପାଖାପାଖି ୧ ରାତିରେ ଘର ଏକୁଟିଆ ରହୁଥିବା ଜଣେ ବ୍ୟବସାୟୀଙ୍କର ଘର ମୁଖା ପିନ୍ଧା କିଛି ଦୁର୍ବୃତ୍ତ ପସି କଳା କନା ବୁଲାଇଦେଇଛନ୍ତି ।

ବ୍ୟବସାୟୀଙ୍କର ଏକ ତେଜରାତି ଦୋକାନ ରହିଛି । ବ୍ୟବସାୟୀଜଣକ ଭାଲୁକାନାଡି ଗାଁରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୁଅ,ବୋହୂ ଓ ସ୍ତ୍ରୀ ଉମରକୋଟରେ ରହୁଛନ୍ତି। ଯାହା ଖବର ପାଇ ଗତକାଲି ରାତି ଅଧରେ ପ୍ରାୟ ୧୦ ରୁ ଊର୍ଦ୍ଧ୍ୱ ଦୁର୍ବତ୍ତ ତାଙ୍କ ଘରର ଗେଟ୍ ତାଲା ଭାଙ୍ଗି ଘରେ ପଶିଥିଲେ। ପରେ ସେମାନେ ବ୍ୟବସାୟୀଙ୍କ ହାତକୁ ବାନ୍ଧି, ମୁଣ୍ଡରେ ଓ ବେକରେ ଖଣ୍ଡା ଭୟଭୀତ କରାଇଥିଲେ । ଏହାପରେ ସେମାନେ ତାଙ୍କ ଘରୁ ୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ ।












Click it and Unblock the Notifications