ସିଦ୍ଧାର୍ଥ ରାଉତରାୟଙ୍କ ଅଫିସ୍ ଭାଙ୍ଗିଲେ ଦୁବୃର୍ତ୍ତ
ନିମାପଡ଼ା: କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ଅଫିସ ଭାଙ୍ଗିଲେ ଦୁବୃର୍ତ୍ତ । ଅଫିସକୁ ଠେଲାପଥରମାଡ଼ କରିବା ସହ ଗେଟ ସାମ୍ନାରେ ମଦ ବୋତଲ ଭାଙ୍ଗିଛନ୍ତି । ଏହା ସହ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି ।

ଜଟଣୀ ବିଧାୟକ ତଥା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡ଼ାରେ କଂଗ୍ରେସ ଅଫିସ କରିଛନ୍ତି । ସେ ପ୍ରତିଦିନ ଏଠାକୁ ଆସି ଲୋକଙ୍କୁ ଭେଟିବା ସହ ଆଲୋଚନା କରିଥାନ୍ତି । ଗତକାଲି କିଛି ଦୁର୍ବୃତ୍ତ ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ସିଦ୍ଧାର୍ଥଙ୍କ ନାଁରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ । ଏହାସହ ଗେଟ୍ ସମ୍ମୁଖରେ ମଦ ବୋତଲ ଭାଙ୍ଗି ପଳାଇଥିଲେ ।
ଏ ନେଇ ସିଦ୍ଧାର୍ଥ କହିଛନ୍ତି, କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ । ବିଜେଡି ଏପରି କରିଥାଇପାରେ, ଆଉ କିଏ ଏପରି କାମ କରିବ ? ସେମାନେ ବହୁବର୍ଷ ଶାସନ କଲେଣି, ଏଥିପାଇଁ କାହାକୁ ତାଙ୍କର ଭୟ ନାହିଁ । ମୁଁ ନିର୍ବାଚନ ନ ଲଢ଼େ ଏଥିପାଇଁ ଏପରି କରାଯାଇଥାଇ ପାରେ । ଥାନା ସମ୍ମୁଖରେ ମୋ ଅଫିସ ରହିଛି । ହେଲେ ଦୁର୍ବୃତ୍ତମାନେ ଅଫିସରେ ପଶି ଭଙ୍ଗାରୁଜା କରିବା ସହ ପୋଷ୍ଟରରେ ନିଆଁ ଲଗାଇ ଦେଇଛନ୍ତି । ମୁଁ ଏନେଇ ଥାନାରେ ଅଭିଯୋଗ କରିଛି ।












Click it and Unblock the Notifications