Get Updates
Get notified of breaking news, exclusive insights, and must-see stories!

ଚଳନ୍ତା ବୁଲେଟରେ କଟିଗଲା ନାବାଳିକାର ହାତ, ନେଇଗଲା ବୁଲା କୁକୁର

କଳାହାଣ୍ଡି: ବୁଲେଟ ଗାଡ଼ିରେ କଟିଗଲା ନାବାଳିକାର ହାତ । ଗାଡ଼ି ଚକରେ ପଶି ନାବାଳିକାର ହାତ ଛିଡ଼ିଯାଇଛି । ଏମିତିକି ଛିଡ଼ି ଥିବା ହାତକୁ ନେଇଗଲା ବୁଲା କୁକୁର । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିନ ଜାତୀୟ ରାଜପଥ 26 ର ଏକ ପେଟ୍ରୋଲ ପମ୍ପ୍ ସାମ୍ନାରେ । ଆହତ ନାବାଳିକା ଅଞ୍ଜଳି ସାହୁଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

Accident

ମିଳିଥିବା ସୂଚନା ଅନୁଯାୟୀ, ଜୟପାଟଣା ମଙ୍ଗଳପୁର ଗାଁର କୁନି ପିଲା ଜଣକ ବାପା ମା'ଙ୍କ ସହ ଭୋଜିରେ ଯୋଗ ଦେବାକୁ ବୁଲେଟ୍ ଗାଡ଼ିରେ ଯାଉଥିଲେ । ଝିଅର ସ୍କାର୍ପ ଗାଡି ଚକାରେ ପଶିଯିବାରୁ ଚଳନ୍ତା ଗାଡିରେ ବସି ସ୍କାର୍ପ କାଢିବା ବେଳେ ଡାହାଣ ହାତ ପଶିଯାଇ ଛିଡିଯାଇଥିଲା । ଦୁର୍ଭାଗ୍ୟ ବଶତଃ ଏହି ସମୟରେ ସେଠାରେ ଥିବା ଏକ ବୁଲା କୁକୁର ଛିଡା ହାତକୁ ନେଇ ଯାଇଥିଲା । ସେଠାରେ ବୁଲୁଥିବା ବୁଲା କୁକୁର ଅଞ୍ଜଳିଙ୍କ ଅଧ ଖଣ୍ଡିଆ ହାତ ନେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି କୁକୁରକୁ ଗୋଡ଼ାଇ ଅଧ ଖଣ୍ଡିଆ ହାତକୁ ଆଣିଥିଲେ । ଅଞ୍ଜଳିଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଅଞ୍ଜଳିଙ୍କ ଘର ଜୟପାଟଣା ଥାନା ମଙ୍ଗଳପୁର ଗାଁରେ ହୋଇଥିବା ବେଳେ ସେମାନେ କେସିଙ୍ଗା ବ୍ଲକ୍ ବାଲସି ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+