ସରକାରୀ କାମରେ ସରପଞ୍ଚଙ୍କ ଟ୍ରାକ୍ଟର ଚଲାଉଥିଲେ ନାବାଳକ, ଚାଲିଗଲା ଜୀବନ

ବଲାଙ୍ଗୀର : ସରକାରୀ କାମରେ ଲାଗିଛି ସରପଞ୍ଚଙ୍କ ଟ୍ରାକ୍ଟର । ଟ୍ରାକ୍ଟର ଷ୍ଟିଅିରିଂ ଥିଲା ନାବାଳକ ହାତରେ । ଗାଡ଼ି ଓଲଟିବାରୁ ପ୍ରାଣ ହରାଇଛନ୍ତି ନାବାଳକ ଡ୍ରାଇଭର ।

accident

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ । ମୃତ ନାବାଳକ ଜଣଙ୍କ ହେଲେ ମନୁ ଦାଶ ।

ମିଳିଥିବା ସୂଚନା ଅନୁସାରେ, ଅଗଲାପାଳି ଗାଁରେ ବସୁଧା ଯୋଜନାରେ କାମ ଚାଲିଛି । ଏହି ସରକାରୀ କାମରେ ବାଦୀବାହାଲ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର ଲାଗିଛି । ଟ୍ରାକ୍ଟର ଚଲାଉଥିଲେ ଜଣେ ନାବାଳକ । କାମ ଚାଲୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ନାବାଳକ ଡ୍ରାଇଭରର ମୃତ୍ୟୁ ହୋଇଛି ।

ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଜଣେ ଜନପ୍ରତିନିଧି ହୋଇ ମଧ୍ୟ ଜଣେ ନାବାଳକକୁ କେମିତି କାମରେ କାମରେ ଲଗାଇଥିଲେ, ତାହା ପୁଣି ସରକାରୀ କାମ ସେ ନେଇ ପ୍ରଶ୍ନ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+