ନଦୀରେ ଖସିପଡିଲା ମିନି ଟ୍ରକ୍, 12 ଜଣଙ୍କର ମୃତ୍ୟୁ, 30 ରୁ ଅଧିକ ଆହତ

ଭୋପାଳ : ମଧ୍ୟପ୍ରଦେଶର ଦତିୟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବୁହାରା ନଦୀରେ ଏକ ମିନି ଟ୍ରକ୍ ଖସିପଡିଛି । ଫଳରେ 12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବା କୁହାଯାଉଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

accident

ସୂଚନା ଅନୁଯାୟୀ, ବହୁ ସଂଖ୍ୟାରେ ଲୋକ ବିବାହ ସମାରୋହରେ ଯୋଗଦେବା ପାଇଁ ଏକ ମିନି ଟ୍ରକରେ ଗ୍ୱାଲିଅରର ବିଲହେଟୀ ଗାଁରୁ ଟିକାମଗଡକୁ ଯାଉଥିଲେ । ବୁହାରା ଗ୍ରାମ ନିକଟରେ ନିର୍ମାଣାଧୀନ ବ୍ରିଜ ନିକଟରେ ଟ୍ରକ ଭାରସାମ୍ୟ ହରାଇ ଦୀରେ ଖସିପଡିଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ 12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ 30 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଟ୍ରକରେ ଝିଅ ପକ୍ଷର ଲୋକମାନେ ଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଦଳ ରାତିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୃହମନ୍ତ୍ରୀଙ୍କ କହିବାନୁସାରେ, ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସରକାରଙ୍କ ପ୍ରାଥମିକତା ଅଟେ । ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+