ମାଣ୍ଡିଆ ଖାଇବେ G 20 ସଦସ୍ୟ, ଅଭିଜ୍ଞତା ବଖାଣିବେ ଓଡ଼ିଆ ଚାଷୀ
ଭୁବନେଶ୍ୱର : G 20 ରେ ପରଷା ଯିବ ମାଣ୍ଡିଆ । ଏଥିରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ର ମୁଖ୍ୟ ଓ ଅନ୍ୟ ଅତିଥି ମାନଙ୍କୁ ଖାଇବାକୁ ମାଣ୍ଡିଆ ଜାତୀୟ ଖାଦ୍ୟ ଦିଆଯିବ । ଆଉ ମାଣ୍ଡିଆ ଚାଷ ଉପରେ ରାଷ୍ଟ୍ର ମୁଖ୍ୟ ମାନଙ୍କୁ ନିଜ ଅଭିଜ୍ଞତା ବଖାଣିବେ ଓଡିଶାର 2 ଜଣ ମାଣ୍ଡିଆ ଚାଷୀ ।

ଓଡ଼ିଆ ଚାଷୀ ଦୁଇ ଜଣ ହେଲେ କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳର ଆଦିବାସୀ ମହିଳା ଚାଷୀ ରାଈମତି ଘିଉରିଆ ଓ ମୟୂରଭଞ୍ଜ ଜିଲ୍ଲାର ଚାଷୀ ସୁବାସ ମହନ୍ତ । G20ରେ ସାମିଲ ହେବାକୁ ଆଜି ଦିଲ୍ଲୀ ଅଭିମୁଖେ ଯିବେ କୋରାପୁଟର ରାଇମତି ଘିଉରିଆ । ଏହାକୁ ନେଇ ରାଇମତିଙ୍କ ଗାଁରେ ଖୁସିର ମାହୋଲ ।
ତାଙ୍କ ସହ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଳକ୍ ଗୋଇଲି ଗାଆଁର ସୁବାସୋ ମହାନ୍ତ ବି ଦିଲ୍ଲୀରେ G 20 ବୈଠକରେ ମାଣ୍ଡିଆ ଚାଷ ଉପରେ ନିଜର ଅଭିଜ୍ଞତା କହିବେ । ସରକାରଙ୍କ ମିଲେଟ୍ ମିଶନରେ ସାମିଲ୍ ହୋଇ ସେ ମାଣ୍ଡିଆ ମାଆ ଭାବେ ପରିଚିତ ହୋଇ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ପାଇଛନ୍ତି ।
ସୂଚନା ଥାଉକି, ଆସନ୍ତା 9 ଓ 10 ତାରିଖରେ ଦିଲ୍ଲୀରେ ହେବ G20 ସମ୍ମିଳନୀ । ଏଥିରେ 20 ଟି ଦେଶ ଅଂଶ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ଏହାକୁ ଭାରତ ଆୟୋଜନ କରୁଛି । ତେଣୁ ଜି-20 ସମ୍ମିଳନୀ ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ପ୍ରତିନିଧୀମାନେ ଏଠାରେ ସାମିଲ ହେବେ ।












Click it and Unblock the Notifications