Get Updates
Get notified of breaking news, exclusive insights, and must-see stories!

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀଙ୍କୁ ଦିଆଯିବ ମାଣ୍ଡିଆ ଲଡ଼ୁ

ଭୁବନେଶ୍ୱର: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀମାନଙ୍କୁ ଦିଆଯିବ ପୁଷ୍ଟିକର ମାଣ୍ଡିଆ ଲଡ଼ୁ । ରାଜ୍ୟରେ ୨୩ ଗୋଟି ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀଙ୍କୁ ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରତି ଛାତ୍ରୀଙ୍କୁ ପ୍ରତିଦିନ ୨ଟି ଲେଖାଏଁ ମାଣ୍ଡିଆ ଲଡ଼ୁ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଥିବା ମୋଟ ୨୭୭ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ୧୯ ହଜାର ୬୬୯ ଜଣ ଛାତ୍ରୀ ଉପକୃତ ହେବେ ।

Millet

ଏହା ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ପାଇଲଟ୍‌ ବେସିସ୍‌ ପ୍ରୋଗ୍ରାମ୍‌ । ପିଏମ୍‌ ପୋଷଣ ଯୋଜନାରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି ଯୋଜନା ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ପାଚିକାମାନେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରିବେ । ଏଥିନିମନ୍ତେ ପାଚିକାମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏପ୍ରିଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏଥିସହିତ ସେମାନଙ୍କୁ ଲଡ଼ୁ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଭିଡିଓ ଚିତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏହି ଯୋଜନା ଚଳିତ ନଭେମ୍ବର ୬ ତାରିଖରୁ ପାଇଲଟ୍‌ ବେସିସ୍‌ରେ ଆରମ୍ଭ କରାଯିବ ।

ଏହି ଲଡ଼ୁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ମାଣ୍ଡିଆ ଆଦି ସାମଗ୍ରୀ ସ୍ଥାନୀୟ ବଜାରରୁ କ୍ରୟ କରି ପାଚିକାମାନେ ଲ ଡ଼ୁ ପ୍ରସ୍ତୁତ କରିବେ । ସ୍କୁଲ ଚାଲୁଥିବା ଦିନଗୁଡ଼ିକରେ ପିଲାମାନଙ୍କୁ ଦିନକୁ ଦୁଇଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+