Get Updates
Get notified of breaking news, exclusive insights, and must-see stories!

ପଡ଼ିଲାଣି ଶୀତ, ଆସିଲେଣି ବିଦେଶୀ ପକ୍ଷୀ

ପର୍ଯ୍ୟଟନ ଋତୁ ଆରମ୍ଭ ହେଲାଣି । ଶୀତଋତୁ ଆଗମନରେ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ । ଅଭୟାରଣ୍ୟ ନଳବଣକୁ 50 (ଇୟୁଜିୟନ୍‌ ପ୍ରଜାତିର 30 ଏବଂ ଗଡଓ୍ବାଲ 20 ) ବିଦେଶୀ ପକ୍ଷୀ ଆସିଥିବା ଜଣାଯାଇଛି ।

chilika

ପ୍ରାୟ 15ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ସୋଭଲର, ନର୍ଦ୍ଦର୍ନ ପିଣ୍ଟେଲ୍‌, ଗଡଓ୍ବିଟ୍‌, କମନ କୁଟ୍‌ ଆଦି ଚିଳିକାରେ ବୁଲୁଛନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ 21 ଟି ଟିମ ଗଠନ କରାଯାଇଛି । ଏଥିସହ ମୋବାଇଲ ଟିମ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ । ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ । ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।

ଅକ୍ଟୋବର ମାସରେ ହିଁ ଶୀତ ଆରମ୍ଭରୁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ସୂଦୁର କାଶ୍ମୀରିର ଲଦାକରୁ ଗ୍ଲସି ଆଇବିସ, ଉପନ ବିଲିଷ୍ଟର୍କ, ଗ୍ରହେରନ, ଉ ଗ୍ରେଡ, ଷ୍ପଟ ବିଲ ଡଗ ପକ୍ଷୀ ପହଞ୍ଚି ଥିବା ବନ ବିବାଗ ତରଫରୁ ସୂଚନା ମିଳିଛି । ଚିଲିକାକୁ ପକ୍ଷୀମାନଙ୍କ ଆସିବାଖବର ପାଇ ବନ ବିଭାଗ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ ।

ଚିଲିକାରେ ଅବତରଣ ପୂର୍ବରୁ ପକ୍ଷୀ ସମୂହ, ନିରାପଦ ବାସସ୍ଥାନ ଏବଂ ଉପଯୁକ୍ତ ଖାଦ୍ୟ ଅନୁସନ୍ଧାନ କରି ଚିଲିକା ଜଳରାଶିରେ ପାଦ ଥାପିଥାନ୍ତି । ସପ୍ତାହେ ମଧ୍ୟରେ ଶତାଧିକ ପକ୍ଷୀଙ୍କ ଦୃଷ୍ଟିଗୋଚର ହେବା ସମ୍ଭାବନା ରହିଛି । ଚଳିତ ବର୍ଷ ଅକ୍ଟୋବର ପହିଲାରେ ପକ୍ଷୀଙ୍କ ଆଗମନ ହୋଇଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ଋଷିଆ, କାଜକ୍‌ସ୍ଥାନ, ଲଦାକ୍‌, ମାଙ୍ଗୋଲିଆ, ଆମେରିକା, କାନାଡାରୁ ଆଦି ରଙ୍ଗବେରଙ୍ଗର ପକ୍ଷୀମାନେ ଚିଲିକାକୁ ଆସିଥାନ୍ତି । ବର୍ଷାଦିନେ ଜନ୍ମ ନେଇଥିବା କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହର ପାଲଟିଥାଏ । ବିଶେଷକରି ବର୍ତ୍ତମାନ ପକ୍ଷୀ ଅଭୟାରଣ୍ୟ ନଳବଣରେ ଜଳସ୍ତର ଅଧିକ ଥିବାରୁ ଚିଲିକା ତଟ ଅଞ୍ଚଳରେ ବହୁ ସଂଖ୍ୟାରେ ପକ୍ଷୀ ପଇଁତରା ମାରୁଥିବା ଦେଖିବାକୁ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+