Get Updates
Get notified of breaking news, exclusive insights, and must-see stories!

ଅସହ୍ୟ ହେଲା ନିର୍ଯ୍ୟାତନା, ବେଙ୍ଗାଲୁରୁରୁ ଚାଲି ଚାଲି ଓଡିଶା ଆସିଲେ ପ୍ରବାସୀ

ଭୁବନେଶ୍ୱର : ସହି ପାରିଲେନି ଠିକାଦାରର ନିର୍ଯ୍ୟାତନା । ଘରକୁ ଫେରିବାକୁ ନା ପାଖରେ ଅଛି ଟଙ୍କା, ନା ଖାଇବାକୁ ଖାଦ୍ୟ । ଠିକାଦାରର ଅକଥନୀୟ ନିର୍ଯ୍ୟାତନା ସହି ନପାରି ବେଙ୍ଗାଲୁରୁରେ ଚାଲିଚାଲି ଘରକୁ ପେରୁଛନ୍ତି ପ୍ରବାସୀ ଓଡ଼ିଆ । କଳାହାଣ୍ଡି ଜିଲ୍ଲାର ତିନିଜଣ ପ୍ରବାସୀ ଶ୍ରମିକ ରବିବାର ଦିନ 1000 କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଆସି ପହଞ୍ଚିଛନ୍ତି କୋରାପୁଟରେ । ଏ ନେଇ ଏକ ରିପୋର୍ଟ ଦୈନିକ ଖବର କାଗଜରେ ପ୍ରକାଶ ପାଇଛି ।

migrant

କାଲାହାଣ୍ଡିର ଜୟପାଟଣା ଅନ୍ତର୍ଗତ ଟିଙ୍ଗାଲକଣ ଗାଁର କତାର ମାଜି, ବୁଦୁ ମାଝୀ ଏବଂ ଭିକାରୀ ମାଜୀ । ବେଙ୍ଗାଲୁରୁ ରୁ ଚାଲି ଚାଲି ଆସି କୋରାପୁଟ ଦେଇ ନିଜ ଘରକୁ ଫେରୁଛନ୍ତି । ଏହି ତିନିଜଣ 12 ଜଣିଆ ପ୍ରବାସୀ ଶ୍ରମିକ ଦଳରେ ଦୁଇ ମାସ ପୂର୍ବରୁ ବାଲୁଗାଁର ଜଣେ ମଧ୍ୟସ୍ଥିଙ୍କ ସାହାଯ୍ୟରେ ବେଙ୍ଗାଲୁରୁ ଯାଇଥିଲେ । ପରେ ସେମାନେ ଏକ କମ୍ପାନୀରେ କାମ କରୁଥିଲେ । କିନ୍ତୁ ଠିକାଦାର ସେମାନଙ୍କୁ ମଜୁରୀ ଦେବାକୁ ମନା କରିଦେଇଥିଲା ।ଯେତେବେଳେ ଶ୍ରମିକମାନେ ସେମାନଙ୍କର ଦରମା ମାଗିଥିଲେ, ସେମାନଙ୍କୁ ନିର୍ଯାତନା ଓ ମାଡ଼ ଦିଆଯାଉଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ଶ୍ରମିକ ।

"ଆମ ପରିବାର ଚଳାଇବା ପାଇଁ ଟଙ୍କା ରୋଜଗାର ଆଶାରେ ଆମେ ବେଙ୍ଗାଲୁରୁ ଯାଇଥିଲୁ । କିନ୍ତୁ ସେଠାରେ କମ୍ପାନୀ କର୍ମଚାରୀମାନେ ଆମର ମଜୁରୀ ଦେବାକୁ ମନା କରିଦେଇଥିଲେ । ଯେତେବେଳେ ଆମେ ଟଙ୍କା ମାଗିଲୁ, ସେମାନେ ଆମକୁ ପିଟିଲେ । ନିର୍ଯାତନା ସହି ନ ପାରି ଆମେ ସେ ସ୍ଥାନ ଛାଡିଛୁ" ବୋଲି କହିଛନ୍ତି ଭିକାରୀ ମାଝୀ ।

ଘରକୁ ଫେରିବାକୁ ପାଖରେ ଟଙ୍କା ନଥିବା ସତ୍ତ୍ୱେ ଏହି ତିନି ଜଣ ମାର୍ଚ୍ଚ 26 ରେ ଚାଲି ଚାଲି ଘରକୁ ଆସିବା ଆରମ୍ଭ କରିଥିଲେ । ସେମାନେ ଅଧିକାଂଶ ସମୟ ଚାଲୁଥିଲେ ଏବଂ ରାସ୍ତା କଡ଼ରେ ବିଶ୍ରାମ କରୁଥିଲେ । ତିନି ଜଣ ପ୍ରବାସୀ ଶନିବାର ଦିନ ବିଜୟନଗରମ୍ ପହଞ୍ଚି ସେଠାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ କିଛି ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ନଜରରେ ଆସିଥିଲେ ।

ସେମାନଙ୍କ ଦୁଃଖ ଜାଣି ଜଣେ ଦୋକାନୀ ସେମାନଙ୍କୁ କିଛି ଖାଇବାକୁ ଦେଇଥିଲେ । ପରେ ଓଡିଶା ମୋଟର ଚାଳକ ସଂଘର ପୋଟାଙ୍ଗି ୟୁନିଟର ସଭାପତି ଭଗବାନ୍ ପାଦଲ ସେମାନଙ୍କୁ 1,500 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ନବରଙ୍ଗପୁର ଯିବା ପାଇଁ ବ୍ୟବସ୍ଥା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+