ଓଡିଶା ଆସିବେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ
ଭୁବନେଶ୍ୱର: ଓଡିଶା ଆସିବେ ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ବିତ୍ତଶାଳୀ ତଥା ମାଇକ୍ରୋସଫ୍ଟ କର୍ପୋରେସନର ସହ-ସଂସ୍ଥାପକ ବିଲ୍ ଗେଟ୍ସ । ଆସନ୍ତା 28 ତାରିଖରେ ବିଲ୍ ଗେଟ୍ସ ଓଡିଶା ଆସିବା ନେଇ ସୂଚନା ମିଳିଛି । ବିଲ୍ ଗେଟ୍ସ ଓଡିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ୱର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ ।

ସୂଚନାଯୋଗ୍ୟ ଯେ, 2017 ମସିହାରେ ବିଲ୍ ଆଣ୍ଡ୍ ମେଲିଣ୍ଡା ଫାଉଣ୍ଡେସନ ସହ ଓଡିଶା ସରକାରଙ୍କର ଚୁକ୍ତି ହୋଇଥିଲା । କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା । ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷି କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତା ହାସଲ କରିଚାଲିଛି ସେ ଦିଗରେ ବିଲ୍ ଗେଟ୍ସ ଅବଗତ ହେବା ସହ ଭବିଷ୍ୟତରେ ନୂତନ ଜ୍ଞାନକୌଶଳର ବ୍ୟବହାର କରି କିପରି କୃଷିରେ ପରିବର୍ତ୍ତନ କରାଯିବ ସେ ନେଇ ଆଲୋଚନା କରିବେ ।












Click it and Unblock the Notifications