ତତଲା କଡ଼େଇରେ ରାଜଧାନୀ, ଦିନ 11.30 ସୁଦ୍ଧା 41 ଡିଗ୍ରୀ ପରେ ପାରଦ

ଭୁବନେଶ୍ୱର: ଅସହ୍ୟ ଗୁଳିଗୁଳରେ ସିଜୁଝି ରାଜଧାନୀ । ଏବେ କମିବନି ହିଟ୍ ୱେଭ୍ । ଆହୁରି ଦୁଇ ଦିନ ଗରମରେ ଆଉଟୁପାଉଟୁ ହେବ ରାଜଧାନୀ । ଏ ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଆଜି ଦିନ 11.30 ସୁଦ୍ଧା ରାଜଧାନୀରେ 41.6 ଡିଗ୍ରୀ ଛୁଇଁଛି ପାରଦ । ସେହିପରି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । 42 ଡିଗ୍ରୀ ପରେ ରହିଛି ସମ୍ବଲପୁରର ପାରଦ । ସେହିପରି 41.8 ଡିଗ୍ରୀ, ହୀରାକୁଦରେ 41.2 ଡିଗ୍ରୀ, କେନ୍ଦୁଝରରେ 38.4 ଡିଗ୍ରୀ, ବାଲେଶ୍ୱରରେ 37 ଡିଗ୍ରୀ, ଚାନ୍ଦବାଲି 37 ଡିଗ୍ରୀ, ପୁରୀ 36.2 ଡିଗ୍ରୀ, ପାରାଦୀପରେ 34.4 ଡିଗ୍ରୀ, ଗୋପାଳପୁରରେ 34 ଡିଗ୍ରୀ ରହିଛି ତାପମାତ୍ରା ।
ସେହିପରି ସକାଳ 5.30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ 30 ଡ଼ିଗ୍ରୀ ତାପମାତ୍ରା ଥିବାବେଳେ 88% ଆଦ୍ରତା ରେକର୍ଡ ହୋଇଥିଲା ।
ଅନ୍ୟ ପକ୍ଷରେ ଆରବ ସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବ ହେତୁ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଆଉ ତିନି ଦିନ ଲାଗି ରହିବ ବୋଲି ଜଣାପଡିଛି ।
ଏପରିକି ରଜରେ ବି ରାଜ୍ୟରେ ପ୍ରଚଣ୍ଡ ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଆହୁରି ଦୁଇ ଦିନ ଯାଏ ଗରମ ଓ ଗୁଳୁଗୁଳି ହେବା ସହ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚନା ରହିଛି ।
ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ ତାପମାତ୍ରା 4-6 ଡିଗ୍ରୀ ଯାଏ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଆହୁରି 3 ଦିନ ଯାଏ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications