ସୁଗମ ହେବା ସ୍ୱାସ୍ଥ୍ୟ ସେବା, ଡ୍ରୋନ୍ ରେ ଲୋକଙ୍କ ପାଖରେ ପହଞ୍ଚିବ ଔଷଧ
ରାୟଗଡା: ଔଷଧ ପାଇଁ ଆଉ ଲୋକଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବନି କି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ରୋଗୀଙ୍କ ନିକଟରେ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଔଷଧ ପହଞ୍ଚିବ ।

ରାଜଗଡ଼ା ଜିଲ୍ଲାରେ ଡ୍ରୋନରେ ପହଞ୍ଚିବ ଔଷଧ । କନ୍ଧମାଳ ପରେ ଦ୍ୱିତୀୟ ଜିଲ୍ଲା ଭାବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଛି ଔଷଧ ।
ଏହା ସଫଳ ହେବା ପରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳକୁ ଏହା ସାହାଯ୍ୟରେ ନମୁନା ଏବଂ ଔଷଧ ପଠାଯିବ । ଜିଲ୍ଲା ମୁଖ୍ୟାଳୟରେ ବସି ଜଣେ ବ୍ୟକ୍ତି ଏବି ଡ୍ରୋନର ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ ଅଛି ଯାହା ଲୋକଙ୍କ ଅସୁବିଧା ସମୟରେ କାମରେ ଆସିବ।
ଏହାକୁ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ 1 କେଜି 500 ଗ୍ରାମ ଓଜନର ଔଷଧ ବୋହି ନେଇପାରିବାର କ୍ଷମତା ରଖିଛି । ଆଜି ଦୀର୍ଘ 45 କିମି ଗୁଡାରୀ ଡାକ୍ତରଖାନାକୁ ମାତ୍ର 35 ମିନିଟରେ ଔଷଧ ପହଞ୍ଚାଇ ପାରିଛି ଏହି ଡ୍ରୋନ । ଏହା ଦ୍ୱାରା ରୋଗୀ ଓ ରୋଗୀଙ୍କ ସଂପର୍କିୟ ଅଧିକ ଖର୍ଚ୍ଚାନ୍ତରୁ ଏବଂ ସମୟ ଅପଚୟରୁ ରକ୍ଷାପାଇପାରିବେ ।
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପ୍ରାୟ 70 ପ୍ରକାର ପରୀକ୍ଷା କରାଯାଉଥିବା ବେଳେ ଅନ୍ୟ ବ୍ଳକର ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ସମ୍ଭବପର ନୁହେଁ । ଯାହାଦ୍ୱାରା ରୋଗୀ ଓ ରୋଗୀଙ୍କ ସଂପର୍କିୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆସିବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ମୂଲ୍ୟବାନ ସମୟ ଅପଚୟ ହଉଥିଲା । ତେବେ ଏହି ପରୀକ୍ଷା ସଫଳ ହେଲେ ଜିଲ୍ଲାର ଅନ୍ୟ ବ୍ଳକର ଦୂର୍ଗମ ଅଞ୍ଚଳକୁ ପର୍ଯ୍ୟାୟକ୍ରମେ ଔଷଧ ସହ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଯିବା ନେଇ ଲକ୍ଷ ରଖାଯାଇଛି ବୋଲି ଜିଲ୍ଲାପାଳ ସ୍ୱାଧାଦେବ ସିଂ କହିଛନ୍ତି ।












Click it and Unblock the Notifications