Get Updates
Get notified of breaking news, exclusive insights, and must-see stories!

ବାରିପଦା ମେଡିକାଲ ଛାତ୍ର ମୃତ୍ୟୁ ଘଟଣା, ଝିଅ ସାଙ୍ଗ ସବୁ ଜାଣିଥିବା ପରିବାରର ଅଭିଯୋଗ

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ହଷ୍ଟେଲ ରମ୍‌ରୁ ଡାକ୍ତର ସଚିନ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ସନ୍ଦେହ ବଢିବାରେ ଲାଗିଛି । ପୁଅର ମୃତ୍ୟୁର ଗୋଟିଏ ଦିନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସଚିନଙ୍କ ବାପା । ସେ କହିଛନ୍ତି, ମୋ ପୁଅ କାହିଁକି ଆତ୍ମହତ୍ୟା କଲା, ତାର ଝିଅ ସାଙ୍ଗ ଜାଣିଛି ।

medical student death case

ଘଟଣା ବାବଦରେ ମୃତ ଛାତ୍ରଙ୍କ ଅତି ନିକଟତର ଥିବା ସହପାଠୀ ସବୁ ଜାଣିଥିବା ନେଇ ବାପା ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି, ମୋ ପୁଅର ଜଣେ ଝିଅ ସାଙ୍ଗ ଥିଲା । ମୋ ପୁଅ ସବୁକଥା ସେହି ଝିଅ ସାଙ୍ଗକୁ କୁହେ । ମୋର ପୁଅ ମୃତ୍ୟୁ ସମ୍ପର୍କରେ ତାର ଝିଅ ସାଙ୍ଗ ଜାଣିଛି । ସେହି ଝିଅ ସାଙ୍ଗ ଜଣଙ୍କ ଡାକ୍ତର । ଦୁଇ ଜଣ ସମାନ କ୍ଲାସରେ ପଢ଼ୁଥିଲେ । ସେ ଝିଅର ଘର କେନ୍ଦୁଝର ଜିଲ୍ଲାରେ । ମୋ ପୁଅ ଓ ସେ ଝିଅ ସାଙ୍ଗରେ ଯିବା ଆସିବା କରନ୍ତି ।

ସବୁଦିନ ଭଳି ଗତକାଲି ବି ସଚିନ୍‌ ଡାକ୍ତରଖାନାରେ ଡ୍ୟୁଟି କରିଥିଲେ । ଅପରାହ୍ନ ପ୍ରାୟ 3 ଟା ସମୟରେ ସାଙ୍ଗମାନଙ୍କ ସହ ବେଶ୍‌ କିଛି ସମୟ କଥାବାର୍ତ୍ତା ପରେ ନିଜ ହଷ୍ଟେଲ ରୁମ୍‌କୁ ଚାଲି ଯାଇଥିଲେ । ତେବେ ସନ୍ଧ୍ୟା ଯାଏଁ ପଦାକୁ ନ ବାହାରିବାରୁ ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ ।
କୌଣସି ଉତ୍ତର ନ ଦେବାରୁ ଝରକା ଭାଙ୍ଗି ଦେଖିଲା ବେଳକୁ ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲେ ସଚିନ୍‌ । ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣିଥିଲେ । ହେଲେ ସେତେ ବେଳକୁ ସଚିନ୍‌ଙ୍କର ମୃତ୍ୟୁ ହୋଇସାରିଥିଲା । ଏ ନେଇ ଲେଜ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା ।

‌ତେବେ ସଚିନ୍‌ଙ୍କ ଭଳି ଶାନ୍ତ ସ୍ବଭାବର ପିଲା ଆତ୍ମହତ୍ୟା କରିବା ଘଟଣାକୁ ତାଙ୍କ ସାଙ୍ଗମାନେ ବିଶ୍ୱାସ କରିପାରୁନାହାଁନ୍ତି । ତାଙ୍କ ଉପରେ କୌଣସି ଚାପ ଥିଲା କି, ନା ଅନ୍ୟ କିଛି କାରଣରୁ ସେ ଆତ୍ମହତ୍ୟା କଲେ; ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବାରିପଦା ସଦର ଥାନା ଆଇଆଇସି ମଧୁମିତା ମହାନ୍ତି । ତେବେ ମୃତକଙ୍କ ରୁମରୁ କୌଣସି ଆତ୍ମହତ୍ୟା ଜନିତ ଚିଠି, ମୋବାଇଲରେ ଶେଷ ଫୋନ୍ କଲ କାହା ସହିତ ଥିଲା ଏବଂ ଅବସାଦରେ ଥିଲେ କି ଏହାକୁ ନେଇ ଏବେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।

ସଚିନଙ୍କ ଭଉଣୀ କହିଛନ୍ତି, ମୋ ଭାଇ ଆତ୍ମହତ୍ୟା କରି ନାହିଁ । ତାକୁ ମରିବାକୁ ବାଧ୍ୟ କରାଯାଇଛି । ମୋ ଭାଇ ମୃତ୍ୟୁ ପଛରେ ସେ ଝିଅ ହେଉ ବା ଆଉ କାହାର ହାତ ଥିଲେ ତାକୁ ଉଚିତ ଦଣ୍ଡ ଦିଆଯାଉ । ଆଜି ସଚିନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+