Get Updates
Get notified of breaking news, exclusive insights, and must-see stories!

ମାଗଣାରେ ପଢିବେ SC ST ଛାତ୍ରଛାତ୍ରୀ, ଫେରିପାଇବେ ମେଡିକାଲ ଓ ଇଞ୍ଜିନିୟରିଂ କୋର୍ସ ଫି'

ଭୁବନେଶ୍ଵର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଉଚ୍ଚଶିକ୍ଷା ଗ୍ରହ କରୁଥିବା ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କୁ ବିଭାଗ ତରଫରୁ ସମ୍ପୂର୍ଣ୍ଣ ଫି' ଫେରସ୍ତ କରାଯିବ ।

ଏମଏମସିପିୱାଇ ଅଧୀନରେ ଏମବିବିଏସ ଏବଂ ଇଞ୍ଜିନିୟରିଂ (ବି-ଟେକ୍, ଏମ-ଟେକ୍) ପାଠ୍ୟକ୍ରମ ପ୍ରଦାନ କରୁଥିବା ସରକାରୀ ଅନୁଷ୍ଠାନରେ ପଢୁଥିବା ଯୋଗ୍ୟ ଏସଟି ଏବଂ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି ଅନ୍ତର୍ଭୁକ୍ତ ହେବ ।

sc st

କୋର୍ସ ଫି'ରେ ନାମଲେଖା ଦେୟ/ସିଟ୍ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି(ଟ୍ୟୁସନ୍ ଫି' ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ ), ହଷ୍ଟେଲ ନାମଲେଖା ଦେୟ ଏବଂ ବାର୍ଷିକ ହଷ୍ଟେଲ/ମେସ୍ ଚାର୍ଜ ଏବଂ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯଥା ବହି/ଅଧ୍ୟୟନ ସାମଗ୍ରୀ କୋଚିଂ/ଟ୍ୟୁଟୋରିଆଲ୍ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ । ଅନୁଷ୍ଠାନର ଡିନ୍/ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇପାରିବ ।

2023-24 ମସିହାରୁ ଏହି ବିଭାଗକୁ ସମସ୍ତ ଯୋଗ୍ୟ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ଉପରୋକ୍ତ ଆବଶ୍ୟକତା ପଠାଯାଇପାରିବ । ଉପରୋକ୍ତ ଦ୍ରଷ୍ଟବ୍ୟ ଅନୁଯାୟୀ ସମସ୍ତ ପାଠପଢା ଖର୍ଚ୍ଚ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ବହନ କରାଯିବ ବୋଲି କମିଶନର-ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସମସ୍ତ ଜିଲ୍ଲାପାଳ ତଥା-ଜିଲ୍ଲା ମାଜିଷ୍ଟ୍ରେଟ୍ ମାନଙ୍କୁ ଚିଠି ଲେଖି ଆଜି ଜଣାଇଛନ୍ତି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମଏମସିପିୱାଇ)ର ଆର୍ଥିକ ସହାୟତା ଯୋଜନା ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+