Get Updates
Get notified of breaking news, exclusive insights, and must-see stories!

ସରକାରଙ୍କୁ ମାଟ୍ରିକ୍ ପରୀକ୍ଷା ଚିନ୍ତା, ‘ଜିରୋ ଏଫ୍ ମିଶନ' ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା । ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଉପରେ ଫୋକସ୍ କରୁଛି ଗଣଶିକ୍ଷା ବିଭାଗ । ସ୍କୁଲର 5 ପ୍ରତିଶତ ପିଲା ଯେପରି ଏ-1 ଗ୍ରେଡ୍ ରେ ପାସ୍ କରିବେ ସେଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ନେଇ ମାଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଉପାୟ ଅବଲମ୍ବନ କରିବେ ସେନେଇ ବି କୁହାଯାଇଛି ।

Matric tips

ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା 'ସୁନିଶ୍ଚିତ' କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓପେସା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଯଦି ବ୍ଲକର କୌଣସି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ ନକରନ୍ତି, ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତିକ ଶିକ୍ଷକ, ମେଣ୍ଟର ଶିକ୍ଷକ ଉତ୍ତରଦାୟୀ ରହିବେ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀ ନିଜକୁ କିପରି ପ୍ରସ୍ତୁତ କରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପରୀକ୍ଷାର୍ଥୀ ପରୀକ୍ଷାରେ ଦିଆଯାଇଥିବା ସମୟର ଠିକ୍‌ ଭାବେ ପରିଚାଳନା କରିପାରନ୍ତି ନାହିଁ ଏବଂ ସମୟ ଅଭାବରୁ କିଛି ପ୍ରଶ୍ନ ଛାଡ଼ି ଦେଇଥାନ୍ତି । ଫଳରେ ସେମାନେ ଆଶାନୁରୂପ ଫଳାଫଳ କରିପାରନ୍ତି ନାହିଁ । ତେଣୁ ପରୀକ୍ଷା ଦେବା ବେଳେ ସମୟକୁ ଦୃଷ୍ଟିରେ ରଖିବେ । ପ୍ରଶ୍ନ ଯେତେ ସହଜ ହୋଇଥାଉ ନା କାହିଁକି ମାର୍କ ଅନୁସାରେ ଉତ୍ତର ଲେଖିବେ । ଉତ୍ତର ଲେଖିବା ସମୟରେ ପ୍ରଶ୍ନରେ ଯାହା ପଚରାଯାଇଛି ସେତିକି କେବଳ ଉତ୍ତର ଦେବେ । ଉତ୍ତର ଖାତା ସବୁବେଳେ ପରିଷ୍କାର ରଖିବା ସହ ମାର୍ଜିନ ରଖିବା, ଅକ୍ଷର ଛାଡ଼ି ଛାଡ଼ି ଲେଖିବା, ଖାତାରେ କଟାକଟି ନ କରିବା, ଧାଡ଼ି ମଧ୍ୟରେ ବ୍ୟବଧାନ ରଖିବାକୁ ପ୍ରାଥମିକତା ଦେବେ। ଯଦି କାହାର ଅକ୍ଷର ଦେଖିବାକୁ ଖରାପ ତାହା ହେଲେ ଆଜିଠାରୁ ସେ ହସ୍ତାକ୍ଷର ଲେଖିବା ଆରମ୍ଭ କରିବାକୁ ବିଭାଗ ପରାମର୍ଶ ଦେଇଛି ।

ପରୀକ୍ଷା ଫଳ ଯେପରି ଭଲ ହେବ ସେଥିପାଇଁ ଆସନ୍ତା 4 ତାରିଖରେ ରାଜ୍ୟର ସମସ୍ତ ହାଇସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା କରିବେ । କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାନର କିମ୍ବା ବ୍ୟାକ୍‌ଗ୍ରାଉଣ୍ଡରେ ବଡ଼ ବଡ଼ ଅକ୍ଷରରେ ଲେଖିବେ ।ଫଟୋରେ ତାହା ‌ଯେପରି ରିଫ୍ଲେକ୍ଟ ହେବ ସେଥିପ୍ରତି ଦୃଷ୍ଟି ଦେବେ । ସୁବିଧା ଅନୁସାରେ ପ୍ରଧାନ ଶିକ୍ଷକ ଦିଆଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ଆବଶ୍ୟକ ପଡ଼ିଲେ ପିଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦଳରେ ବିଭକ୍ତ କରି ଆଲୋଚନା କରିବେ । ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀ ଆଲୋଚନା ଦାୟିତ୍ୱ ନେବେ । ଶିକ୍ଷକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଉପାୟଗୁଡ଼ିକୁ ପ୍ରଧାନଶିକ୍ଷକ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବେ । ଏଥିରେ ପରୀକ୍ଷା ସମୟରେ ପିଲାଙ୍କୁ ଚାପ ମୁକ୍ତ ରଖିବାକୁ ପରାମର୍ଶ ଦିଆଯିବ ।

କିପରି ପ୍ରସ୍ତୁତ ହେବେ ପରୀକ୍ଷାର୍ଥୀ

  • ଦିନକୁ 10-141 ଘଣ୍ଟା ପଢିବା ସହ 6-7 ଘଣ୍ଟା ଶୁଅନ୍ତୁ
  • ବାକି ସମୟ ଅଲଗା କାମରେ ଲଗାଇବାକୁ ପରାମର୍ଶ
  • ରାତି 10 ରୁ ବୋର 4 ଟା କିମ୍ବା ରାତି 11 ରୁ ବୋର 5 ଟା ଯାଏଁ ଶୋଇବେ
  • ଉଠିବା ପରେ ଯୋଗ ବ୍ୟାୟାମ କରିବା ଦ୍ୱାରା ଏକାଗ୍ରତା ବଢିଥାଏ
  • ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
  • ସନ୍ତୁଳିତ ଓ ସୁଷମ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ
  • ଦିନକୁ 6-8 ଗ୍ଲାସ ଉଷୁମ ପାଣି ପିଅନ୍ତୁ
  • ଏହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ
  • ଦିନକୁ 5 ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
  • ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଉନ୍ତୁ
  • ଏହା ଦ୍ୱାର ଭଲ ନିଦ ହେଇଥାଏ, ପରଦିନ ମନ ଫୂର୍ତ୍ତି ରହିଥାଏ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+