ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ଏମିତି ଚେକ୍ କରନ୍ତୁ ଆପଣଙ୍କ ଫଳାଫଳ

ଭୁବନେଶ୍ୱର: ଆଜି (ଗୁରୁବାର) ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳାଫଳ । ସକାଳ 10ଟା ରେ କଟକ ବୋର୍ଡ ଅଫିସ୍ରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପ୍ରକାଶ ପାଇବ ।
ମାଟ୍ରିକ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ତେବେ ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ ମାଟ୍ରିକ୍ ଫଳାଫଳ ଚେକ୍ କରି ପାରିବେ ।
ମାଟ୍ରିକ ରେଜଲ୍ଟ ଜାଣିବା ପାଇଁ www.bseodisha.ac.in ୱେବସାଇଟକୁ ଯାଇ ନିଜର ରୋଲ ନମ୍ବର ଦେଇ ଫଳାଫଳ ଜାଣି ପାରିବେ । ସେହିପରି OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ମେସେଜ ପଠାଇ ମଧ୍ୟ ରେଜଲ୍ଟ ଜାଣିପାରିବେ । ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ । ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ । ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି ।
ସୂଚନାଥାଉକି, ଚଳିତବର୍ଷ 5 ଲକ୍ଷ 41 ହଜାର 247 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇଛନ୍ତି 5 ଲକ୍ଷ 32 ହଜାର ଛାତ୍ରଛାତ୍ରୀ । ମାର୍ଚ୍ଚ 10 ରୁ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର 3218 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।












Click it and Unblock the Notifications