ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା: ଖୁବଶୀଘ୍ର ତାରିଖ ଘୋଷଣା

ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ଏନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରି ନଥିଲା ହେଲେ ଏଥର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଫେଲ୍ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ ।ଏଥିପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ।
ଏହି ପରୀକ୍ଷା ଦ୍ବାରା ଅନେକ ଛାତ୍ରଛାତ୍ରୀ ଲାଭବାନ ହେବେ। ପିଲାଙ୍କ ଭବିଷ୍ୟତ ପାଇଁ ଏହା ସହାୟକ ହେବ। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ପୁଣି ଚଳିତ ଶିକ୍ଷାବର୍ଷରୁ ବିଭିନ୍ନ କୋର୍ସରେ ନାମ ଲେଖାଇ ପାରିବେ । ଯଦ୍ୱାରା ପିଲାଙ୍କ ସମୟ ନଷ୍ଟ ନ ହେବା ସହ ଭବିଷ୍ୟତ ସୁରକ୍ଷିତ ରହିପାରିବ ।
ସକାଳ ୧୦ଟାରେ ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ପାସ୍ ହାର ୯୬.୪୦% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ ରହିଛି।
ଛାତ୍ରୀଙ୍କ ପାସ୍ହାର ୯୭.୦୫% ଓ ଛାତ୍ରଙ୍କ ପାସହାର ୯୫.୭୫% । କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍ହାର ସର୍ବାଧିକ ୯୭.୯୯% ରହିଛି। A1ରେ ୪,୧୫୮, A2 ରେ ୨୯,୮୩୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି B1ରେ ୭୭,୫୬୭, B2 ରେ ୧,୧୮,୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
C ରେ ୧,୨୧,୬୧୧ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ, D ରେ ୯୫,୦୦୬, E ରେ ୬୧, ୪୭୪ F ରେ ୭୬୪୫ ଜଣ ପାସ କରିଛନ୍ତି।
ମାଟ୍ରିକ ରେଜଲ୍ଟ ସହ ଆଜି ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି।
www. bseodisha.ac.in ୱେବ୍ସାଇଟ୍ରେ ମାଟ୍ରିକ ଛାତ୍ରଛାତ୍ରୀମାନେ ରେଜଲ୍ଟ ଚେକ୍ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ। OR10 ଲେଖି ସ୍ପେଶ୍ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍ କରି 5676750 ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications