୨୩ରୁ ରି ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ହାଇସ୍କୁଲ ପାଇଁ ଅନଲାଇନରେ ଆବେଦନ କରିପାରିବେ । ସେହିପରି ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପାଇଁ ଅଫ୍ଲାଇନ ଆବେଦନ କରିବେ । ଏ ନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି । ଯଦି କୌଣସି ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳାଫଳକୁ ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ରିଚେକିଂ କରିପାରିବେ । ତେବେ ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।
ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ହେବ । ଫେଲ୍ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ । ଏହାସହ ସମ୍ମେଟିଭ୍-୧ ଓ ୨ ପରୀକ୍ଷା ଆଗକୁ ହେବ କି ନାହିଁ ସେନେଇ ଶୀଘ୍ର ନିଷ୍ପତ୍ତି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ୩୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଥିବା ବେଳେ କୌଣସି ସ୍କୁଲରେ ହୋଇନି ଶୂନ ରେଜଲ୍ଟ । କଟକ, ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ୯୭.୯୯% ଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୯୨.୬୮ପ୍ରତିଶତ ରହିଛି ।
ଚଳିତ ବର୍ଷ ମୋଟ୍ ପାସ୍ ହାର ୯୬.୧୯% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ କରିଛନ୍ତି । ରେଗୁଲାର ପାସ୍ ହାର ୯୬.୪୦% ରହିଛି । ସେହିପରି ଏକ୍ସ ରେଗୁଲାର ପାସ୍ ହାର ୭୩.୪୧% । ମୋଟ୍ ୬ଟି ଜିଲ୍ଲାରେ ପାସ୍ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ମୋଟ୍ ୨,୫୩,୬୩୩ ଛାତ୍ର ପାସ୍ କରିଥିବା ବେଳେ ୨,୫୮,୮୨୭ ଛାତ୍ରୀ ପାସ୍ କରିଛନ୍ତି । ଗତ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା ।












Click it and Unblock the Notifications