ଆଜି ଠାରୁ ମାଟ୍ରିକ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରା
Matric Exam 2024: ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ 4 ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ ଦେବେ ପରୀକ୍ଷା । 3 ହଜାର 47 ଟି ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା । ଦୁର୍ଗମ ଅଞ୍ଚଳର 21 ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି ।

ପରୀକ୍ଷା 9 ଟାରୁ ଆରମ୍ଭ ହୋଇ 11 ଟାରେ ଶେଷ ହେବ । ପିଲାମାନେ ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍ସିଲ୍ ଜେମେଟ୍ରିବକ୍ସ ବକ୍ସ ନେଇ ଯିବେ । ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ । ଏହା ସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ପରୀକ୍ଷା ହଲ୍ ବାହାରେ ରଖି ଭିତରକୁ ଯିବେ ।
ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ । ବୋର୍ଡ ମୁଖ୍ୟଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯିବ । ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।
ଏହା ପରେ ମାର୍ଚ୍ଚ 15 ତାରିଖରୁ ଖାତା ଦେଖା ଆରମ୍ଭ ହୋଇ 12 ଦିନ ମଧ୍ୟରେ ଶେଷ ହେବ ଏବଂ ପରବର୍ତ୍ତୀ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଫଳାଫଳ ଆସନ୍ତା ମେ' ମାସରେ ପ୍ରକାଶ ପାଇବ ବୋଲି ସ୍ଥିର କରାଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications