ସରିଛି ମାଟ୍ରିକ୍ ପରୀକ୍ଷା, ଆସନ୍ତା 15 ତାରିଖରୁ ଆରମ୍ଭ ହେବ ଖାତା ଦେଖା
Matric Exam: ସରିଛି ମାଟ୍ରିକ ପରୀକ୍ଷା । ଶିକ୍ଷା ବର୍ଷ 2023-24 ପାଇଁ ଫେବୃଆରୀ 20 ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଗତକାଲି ସମସ୍ତ ବିଷୟର ପରୀକ୍ଷା ଶେଷ ହୋଇଛି ।

ଏହା ପରେ ଆସନ୍ତା 15 ତାରିଖରୁ ଆରମ୍ଭ ହେବ ଖାତା ଦେଖା । ରାଜ୍ୟର 313 ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା 6 ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । 15 ତାରିଖରୁ ଉତ୍ତର ଖାତା ଦେଖା ହେବା ପୂର୍ବରୁ 13 ତାରିଖ ସୁଦ୍ଧା 54ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଯିବ । ଖାତା ଦେଖା ଆରମ୍ଭ ହେବାର 15 ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ସାହିତ୍ୟ, ଇଂରାଜୀ ଓ ଗଣିତ ଖାତା ସଂଗ୍ରହ କରାଯାଇଥିବା ବେଳେ ଆଜିଠାରୁ ନୋଡାଲ ସେଣ୍ଟରରୁ ହିନ୍ଦୀ, ସଂସ୍କୃତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଉତ୍ତରଖାତା ସଂଗ୍ରହ କରାଯିବ ।
ସୂଚନାଥାଉକି, ଚଳିତବର୍ଷ 2 ହଜାର 991 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି 7 ହଜାର 831 ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ 3 ହଜାର 37 ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଏଥର AI ମାଧ୍ୟମରେ ତଦାରଖ କରାଯାଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications